29.1 C
Bhubaneswar
Monday, March 30, 2026
Homeଓଡିଶାକେରଳରେ ଓଡ଼ିଆ ପରିବାରକୁ ସହଯୋଗର ହାତ ବଢ଼ାଇଲା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ

କେରଳରେ ଓଡ଼ିଆ ପରିବାରକୁ ସହଯୋଗର ହାତ ବଢ଼ାଇଲା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ

ଭୁବନେଶ୍ୱର:  କେରଳରେ ବ୍ରେନଷ୍ଟ୍ରୋକରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ଜଣେ ଓଡ଼ିଆଙ୍କୁ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢ଼ାଇଛନ୍ତି । ଉକ୍ତ ଓଡ଼ିଆବ୍ୟକ୍ତି ଜଣକ ହେଲେ ବସନ୍ତ ପରିଡା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଗୁପ୍ତି ଗ୍ରାମର ବସନ୍ତ ପରିଡା କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲାର ଜଣେ ଠିକଦାରଙ୍କ ପାଖରେ ଚାକିରି କରି ସ୍ୱଳ୍ପ ଆୟରେ ନିଜର ପତ୍ନୀ ଓ ଚାରି ଅବିବାହିତ ଝିଅଙ୍କୁ ପ୍ରତିପୋଷଣ କରୁଥିଲେ। ଗତ ଅଗଷ୍ଟ ମାସ ୧୦ ତାରିଖରେ ଶ୍ରୀ ପରିଡା ଗୁରୁତର ଭାବେ ଅସୁସ୍ଥ ହେବାରୁ ତାଙ୍କୁ ଏର୍ଣ୍ଣାକୁଲମ୍ ର ଆପୋଲୋ ଆଡ଼ଲକସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ଥିବାରୁ ତାଙ୍କ ପତ୍ନୀ ସୁଭଦ୍ରା ପରିଡା ସ୍ୱାମୀଙ୍କ ଚିକିତ୍ସା ନିମିତ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ବିଭିନ୍ନ ସରକାରୀ ଅଧିକାରୀ ଓ ଓଡ଼ିଶା ପରିବାରର ନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଖବର ପାଇବା ପରେ ଶ୍ରୀ ପରିଡାଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବା ପାଇଁ ଓଡ଼ିଶା ପରିବାରର ନିର୍ଦ୍ଦେଶକ ଡ଼. ବିଜୟ କେତନ ଉପାଧ୍ୟାୟଙ୍କୁ ନିର୍ଦେଶ ପ୍ରଦାନ କରିଥିଲେ। ନିର୍ଦ୍ଦେଶକ ଡ଼. ଉପାଧ୍ୟାୟ ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଶ୍ରୀ ବସନ୍ତ ପରିଡାଙ୍କ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫ ହଜାର ଟଙ୍କାର ଜରୁରୀ କାଳୀନ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଗତ ଅଗଷ୍ଟ ୧୪ ତାରିଖ ଦିନ ଶ୍ରୀ ପରିଡାଙ୍କର ଅସ୍ତ୍ରୋପଚାର ହେବାପରେ ଏବେ ତାଙ୍କର ସ୍ଥିତରେ ସୁଧାର ଆସିଥିବାର ସୂଚନା ମିଳିଛି। ଏହିପରି ବିପଦ ସମୟରେ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ମିଳିଥିବାରୁ ଶ୍ରୀ ପରିଡାଙ୍କ ପରିବାର ଲୋକେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ପରିବାରର ନିର୍ଦ୍ଦେଶକ ଡ଼. ବିଜୟ କେତନ ଉପାଧ୍ୟାୟ, କେନ୍ଦ୍ରାପଡ଼ା ଜିଲ୍ଲପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଆପାଦକାଳୀନ ଅଧିକାରୀ ପଲ୍ଲବୀ ପାତ୍ର, ଓଡ଼ିଶା ପରିବାରର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଶ୍ରୀ ପ୍ରୀତିଶ ପଣ୍ଡା ଓ ଶ୍ରୀ ଲକ୍ଷ୍ମୀଧର ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking