15.1 C
Bhubaneswar
Tuesday, December 16, 2025
Homeଓଡିଶାଭିଜିଲାନ୍ସ ପଞ୍ଝାରେ ମତ୍ସ୍ୟ ନିର୍ଦ୍ଦେଶାଳୟ ଉପନିର୍ଦ୍ଦେଶକ

ଭିଜିଲାନ୍ସ ପଞ୍ଝାରେ ମତ୍ସ୍ୟ ନିର୍ଦ୍ଦେଶାଳୟ ଉପନିର୍ଦ୍ଦେଶକ

କଟକ: କଟକସ୍ଥିତ ମତ୍ସ୍ୟ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ବସନ୍ତ କୁମାର ଦାଶ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ସେ ସରକାରୀ ତହବିଲରୁ ୧.୦୫ କୋଟି ଟଙ୍କା ଆତ୍ମସାତ୍ କରିଥିବା ନେଇ ଅଭିଯୋଗ ରହିଛି । ସୂଚନା ଅନୁସାରେ, ଅଭିଯୁକ୍ତ ଉପନିର୍ଦ୍ଦେଶକ ଦାଶ ୨୦୨୪-୨୫ ଅ ।ର୍ଥିକ ବର୍ଷରେ ସରକାରୀ ଅ ।କାଉ ରୁ ପ୍ରାୟ ୧.୦୫ କୋଟି ଟଙ୍କା ନିଜର ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଭିଜିଲାନ୍ସକୁ ଖବର ମିଳିଥିଲା । ଏହାକୁ ଭିତ୍ତି ି କରି ଭିଜିଲାନ୍ସ ତଦନ୍ତ କରିଥିଲା । ଉପନିର୍ଦ୍ଦେଶକ ଦାଶ ମତ୍ସ୍ୟ ନିର୍ଦ୍ଦେଶାଳୟର ଡ୍ରଇଂ ଆଣ୍ଡ ଡିସ୍‌ବର୍ସିଂ ଅଫିସର (ଡିଡିଓ) ଥିବାରୁ ଉପରୋକ୍ତ ପରିମାଣର ଅର୍ଥ ସେ ଆତ୍ମସାତ୍ କରିଥିବା ଭିଜିଲାନ୍ସକୁ ଠୋସ୍ ପ୍ରମାଣ ମିଳିଥିଲା । ସେ ସରକାରୀ ବ୍ୟାଙ୍କ ଆକାଉଣ୍ଟରୁ ପୁରୀ ଷ୍ଟେଟବ୍ୟାଙ୍କରେ ଥିବା ନିଜର ବ୍ୟକ୍ତିଗତ ଆକାଉଣ୍ଟକୁ ୧.୦୫ କୋଟି ଟଙ୍କା ଟ୍ରାନ୍ସଫର କରିଥିବା ଓ ପୁଣି ସେହି ଟଙ୍କାକୁ ହେରଫେର କରିଥିବା ତଦନ୍ତରୁ ଭିଜିଲାନ୍ସ ଜାଣିବାକୁ ପାଇଥିଲା । ଫଳରେ ଉପନିର୍ଦ୍ଦେଶକଙ୍କ ଅଫିସ, ବାସଭବନ ମିଶି ମୋଟ ୫ଟି ଜାଗାରେ ସୋମବାର ଏକକାଳୀନ ଚଢ଼ାଉ କରାଯାଇଛି । ଉକ୍ତ ଅର୍ଥକୁ ସେ ବିଭିନ୍ନ ଭାବରେ ବିନିଯୋଗ କରିବା ସହ ସମ୍ପତି୍‌ତି କ୍ରୟ କରିଥିବା ସଂକ୍ରାନ୍ତୀୟ କାଗଜପତ୍ର ଚଢ଼ାଉ ବେଳେ ଭିଜିଲାନ୍ସର ହସ୍ତଗତ ହୋଇଛି । ଭିଜିଲାନ୍ସର ୫ ଜଣ ଡିଏସ୍‌ପି, ୪ ଜଣ ଇନିସ୍‌ପେକ୍ଟର,୯ ଜଣ ଏଏସ୍‌ଆଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ୫ଟି ଟିମ୍‌ରେ ସାମିଲ ହୋଇ ଚଢ଼ାଉ କାର୍ଯ୍ୟ କରିଥିଲେ । ଭୁବନେଶ୍ୱର ମହତାବ ରୋଡ୍ ଓଲଡ୍ ଟାଉନ୍ କେଉଟସାହି ଶାସନପଡ଼ିଆସ୍ଥିତ ପ୍ଲଟ୍ ନଂ ୧୪୨୬/୪୦୮୫ରେ ଭଡ଼ା ନେଇଥିବା ବାସଗୃହ, ପୁରୀ ପୌରପାଳିକାର ୩୦ ନମ୍ବର ୱାର୍ଡ ତୋଟା ମହାବୀର ଲେନ୍‌ରେ ଥିବା ନିଜସ୍ୱ ବାସଗୃହ, ପୁରୀର ଗୋରୁଆଳ ନିକଟ ପିଳିପିଳାଠାରେ ଥିବା ଫାର୍ମ ହାଉସ, ଭଦ୍ରକ ନାଇକାଣିଡିହି ଗୋବିନ୍ଦପୁରସ୍ଥିତ ପୈତୃକ ଗୃହ ଏବଂ କଟକସ୍ଥିତ ମତ୍ସ୍ୟ ନିର୍ଦ୍ଦେଶାଳୟର ଅଫିସ୍ ଚ୍ୟାମ୍ବରରେ ଏକକାଳୀନ ଏହି ଚଢ଼ାଉ କରାଯାଇଛି । ଏନେଇ ଭିଜିଲାନ୍ସରେ ବସନ୍ତଙ୍କ ନାମରେ କେସ୍ ନଂ ୫/୨୦୨୪ ରୁଜୁ କରାଯାଇଛି । ଏଥିସହ ଚଢ଼ାଉ ଓ ତଦନ୍ତ ଚାଲୁ ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking