28.1 C
Bhubaneswar
Friday, June 28, 2024
Homeଓଡିଶାଜାତୀୟ ତୃଣକ ଦମନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ସୋଆ କୃଷି ମହାବିଦ୍ୟାଳୟ ପରିଦର୍ଶନ

ଜାତୀୟ ତୃଣକ ଦମନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ସୋଆ କୃଷି ମହାବିଦ୍ୟାଳୟ ପରିଦର୍ଶନ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ୍ (ଆଇଏଏସ୍‌)କୁ ଜାତୀୟ ତୃଣକ ଦମନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଜେ ଏସ ମିଶ୍ର ଓ ତୃଣକ ବିଭାଗର ସମ୍ପାଦକ ଡ. ଆର୍‌.ପି. ଦୁବେ ଶନିବାର ପରିଦର୍ଶନ କରିଛନ୍ତି । ଉଭିଦ ଶରୀର ତତ୍ୱ ବିଭାଗର ମୁଖ୍ୟ ତଥା ତୃଣକ ବିଜ୍ଞାନୀ ପ୍ରଫେସର ସରୋଜ କୁମାର ମହାନ୍ତି ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ମହାବିଦ୍ୟାଳୟ ସ୍ତରରେ ଚାଲିଥିବା ତୃଣକ ଗବେଷଣା ସମ୍ବନ୍ଧରେ ବିବରଣୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଅତିଥି ଦ୍ୱୟଙ୍କୁ ସୋଆ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ଖ୍ୟାତି ବିଷୟରେ ଅବଗତ କରାଇଥିଲେ । ଏଥି ସହିତ ଜବଲପୁର ସ୍ଥିତ ତୃଣକ ଗବେଷଣା କେନ୍ଦ୍ର ସହିତ ମିଳିତ ଗବେଷଣା ଉପରେ ଗୁରୁତ୍ୱ ଦେଇଥିଲେ ।

ଏହି ଅବସରରେ ଉପସ୍ଥିତ ଅତିଥିମାନେ ତାଙ୍କ ଅଭିଭାଷଣରେ ସୋଆ ବିଶ୍ୱବିଦ୍ୟାଳୟରେ ଅନେକ ତୃଣକ ଗବେଷଣାର ଦିଗ ଉନ୍ମୋଚିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଫେସର ବିଜୟ କୁମାର ମିଶ୍ର, ପ୍ରଫେସର ସନ୍ତୋଷ କୁମାର ପଣ୍ଡା, ପ୍ରଫେସର ଅକ୍ଷୟ କୁମାର ବେହେରା ଓ ପ୍ରଫେସର ହୃଦାନନ୍ଦ ମିଶ୍ର ଅତିଥି ମାନଙ୍କୁ ସମ୍ମାନିତ କରିଥିଲେ । ଡକ୍ଟର ଶୁଭପ୍ରଦ ଦାଶ, ଡକ୍ଟର ଅଂଶୁମାନ ଜେନା, ପ୍ରଫେସର ଶଙ୍କର୍ଷଣ ନନ୍ଦ ଓ ପ୍ରଫେସର ବାସୁଦେବ ବେହେରା ଏହି ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଫେସର ଅକ୍ଷୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking