25.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶହୃଦଘାତରେ ପ୍ରାଣ ହରାଇଲେ କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ

ହୃଦଘାତରେ ପ୍ରାଣ ହରାଇଲେ କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ

ନୂଆଦିଲ୍ଲ: ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ମହାନିର୍ଦ୍ଦେଶକ ଜେନେରାଲ ରାକେଶ ପଲ୍‌ଙ୍କ ଦେହାନ୍ତ ହୋଇଯାଇଛି । ରବିବାର ହୃଦଘାତରେ ସେ ପ୍ରାଣ ହରାଇଛନ୍ତି । ଚେନ୍ନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି । ରବିବାର ଭାରତୀୟ ତଟରକ୍ଷୀ ବାହିନୀର ଏକ କାର୍ଯ୍ୟକ୍ରମରେ ଜେନେରାଲ ରାକେଶ ପଲ୍ ଯୋଗ ଦେବାର ଥିବା ବେଳେ ସେ ହଠାତ୍ ହୃଦ୍‌ଘାତର ଶିକାର ହୋଇଥିଲେ । ପରେ ତାଙ୍କୁ ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରିଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ଘଟିଥିବା ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହସ୍ପିଟାଲରେ ପହଞ୍ଚି ରାକେଶଙ୍କ ଶେଷ ଦର୍ଶନ କରିଥିଲେ । ତାଙ୍କ ବିୟୋଗରେ ମଧ୍ୟ ଶ୍ରୀ ସିଂହ ଶୋକ ପ୍ରକାଶ କରିଛନ୍ତି । ପ୍ରକାଶ, ଉତ୍ତରପ୍ରଦେଶରେ ଜନ୍ମ ଗ୍ରହଣ କରିଥିବା ରାକେଶ ଭାରତୀୟ ନୌସେନା ଏକାଡେମୀର ପୂର୍ବତନ ଛାତ୍ର । ସେ ୧୯୮୯ରେ ଭାରତୀୟ ତଟରକ୍ଷୀ ବାହିନୀରେ ଯୋଗ ଦେଇଥିଲେ । ୨୦୨୩ ଜୁଲାଇ ୧୯ରେ ତାଙ୍କୁ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking