33.1 C
Bhubaneswar
Wednesday, October 16, 2024
Homeଓଡିଶାପଥର ଖାଦାନରେ ବୁଡ଼ି ଡିପ୍ଲୋମା ଛାତ୍ରଙ୍କ ମୃତ୍ୟୁ

ପଥର ଖାଦାନରେ ବୁଡ଼ି ଡିପ୍ଲୋମା ଛାତ୍ରଙ୍କ ମୃତ୍ୟୁ

ଗୋପାଳପୁର : ଗୋଳନ୍ଥରା ଥାନା ଅଧୀନ ପାଲୁର ହିଲସ ନିକଟରେ ଥିବା ପଥର ଖାଦାନରେ ଗାଧୋଇବାକୁ ଯାଇ ଜଣେ ଡିପ୍ଲୋମା ପଢୁଆ ନାବଳକର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ନାବାଳକ ଜଣଙ୍କ କଟକର ଡି. ଭାନୁ ପ୍ରକାଶ ବୋଲି ପୁଲିସ ସୂଚନା ଦେଇଛି । ମୃତକ ଭାନୁ ପ୍ରକାଶ ବିଶାଖାପାଟଣାର ବେହେରା କଲେଜରେ ଇଲେକ୍ଟ୍ରିକାଲ ଡିପ୍ଲୋମାର ୨ୟ ବର୍ଷରେ ପଢ଼ୁଥିବାବେଳେ ଗତ ୭ ତାରିଖରେ ଦଶହରା ଛୁଟିରେ ଏହି ଥାନା ଅନ୍ତର୍ଗତ ପାଲୁର ଗାଁରେ ରହୁଥିବା ସହପାଠୀ ପି. ତ୍ରିପତିଙ୍କ ଘରକୁ ଆସିଥିଲେ ।

ଆଜି ଭାନୁ ପ୍ରକାଶ, ତ୍ରିପତି ଓ ଅନ୍ୟ ଜଣେ ସାଙ୍ଗ ସାଇ ପ୍ରମୁଖ ମିଶି ପାଲୁର ହିଲସ ସନ୍ନିକଟ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ନିକଟରେ ଥିବା ଏକ ପଥର ଖାଦାନକୁ ଗାଧୋଇବା ପାଇଁ ଯାଇଥିଲେ । ସମସ୍ତେ ଗାଧଉଥିବାବେଳେ ଭାନୁ ପ୍ରକାଶ ପାଣିର ଗଭୀରକୁ ଚାଲି ଯାଇ ବୁଡ଼ି ଯାଇଥିଲା । ତ୍ରିପତି ଓ ସାଇ ଗାଁକୁ ଯାଇ ଘଟଣା ସମ୍ପର୍କରେ ଖବର ଦେଇଥିଲେ । ଗ୍ରାମବାସୀ ଭାନୁକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ ଶବ ଜବତ କରି  ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking