24.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଦିଲୀପ ତିର୍କୀଙ୍କୁ ଲାଇଫଟାଇମ ସାଧନା ପୁରସ୍କାର ସମ୍ମାନ

ଦିଲୀପ ତିର୍କୀଙ୍କୁ ଲାଇଫଟାଇମ ସାଧନା ପୁରସ୍କାର ସମ୍ମାନ

ନୂଆଦିଲ୍ଲୀ: ଲିକତା କ୍ରୀଡା ସାମ୍ବାଦିକ କ୍ଲବ ଶୁକ୍ରବାର ହକି ଇଣ୍ଡିଆର ସଭାପତି ଏବଂ ପୂର୍ବତନ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ଡକ୍ଟର ଦିଲୀପ ତିର୍କୀଙ୍କୁ ଭାରତୀୟ କ୍ରୀଡା ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଲାଇଫଟାଇମ ସାଧନା ପୁରସ୍କାରରେ ସମ୍ମାନିତ କରାଯାଇଛି । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡର ପୂର୍ବତନ ସଭାପତି ଏବଂ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲି ଶୁକ୍ରବାର କୋଲକାତାରେ ଡକ୍ଟର ତିର୍କୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଜଣେ ଭାରତୀୟ ହକି କିମ୍ବଦନ୍ତୀ, ଡକ୍ଟର ତିର୍କୀ ଦେଶ ପାଇଁ ରେକର୍ଡ ୪୧୨ ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ତିନୋଟି ଅଲିମ୍ପିକ୍ ଗେମ୍ସ (୧୯୯୬, ୨୦୦୦, ୨୦୦୪) ଅନ୍ତର୍ଭୁକ୍ତ, ଏବଂ ତାଙ୍କୁ ଭାରତର ଜଣେ ଶ୍ରେଷ୍ଠ ଡିଫେଣ୍ଡର ଭାବରେ ବିବେଚନା କରାଯାଏ। ହକି ଇଣ୍ଡିଆର ସଭାପତି ପଦ ଗ୍ରହଣ କରିବା ପରଠାରୁ, ସେ ଭାରତୀୟ ହକିକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ଅନେକ ବିକାଶମୂଳକ ଏବଂ ସାଂରଚନିକ ସଂସ୍କାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking