35.1 C
Bhubaneswar
Thursday, April 2, 2026
Homeଓଡିଶାରେଳଷ୍ଟେସନରେ ଡିଜିଟାଲ ସୁବିଧା

ରେଳଷ୍ଟେସନରେ ଡିଜିଟାଲ ସୁବିଧା

ଭୁବନେଶ୍ୱର: ମହାକୁମ୍ଭ ମେଳା ପାଇଁ ପ୍ରୟାଗରାଜ ରେଳଷ୍ଟେସନରେ ଡିଜିଟାଲ ସୁବିଧା ଉପଲବ୍ଧ କରାଯାଇଛି। ବିନା କାହାର ସହାୟତାରେ ଶ୍ରଦ୍ଧାଳୁ ଡିଜିଟାଲ କିଓସ୍କ ମାଧ୍ୟମରେ ସମ୍ପୂର୍ଣ୍ଣ ସୁବିଧା ପାଇବେ। ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭାଷାରେ। ଓଡ଼ିଶାରୁ ମହାକୁମ୍ଭ ମେଳାକୁ ଆସୁଥିବା ଶ୍ରଦ୍ଧାଳୁ କେଉଁ ସ୍ଥାନକୁ ଯିବେ, କେଉଁ ଟ୍ରେନ ଧରିବେ, କେଉଁଠି ବିଶ୍ରାମ ନେବେ ଓ ଅନ୍ୟାନ୍ୟ ସୁବିଧା ଡିଜିଟାଲ କିଓସ୍କରୁ ପାଇବେ। କେବଳ ସେତିକି ନୁହେଁ, ଓଡ଼ିଆ ସମେତ ଦେଶର ୧୫ଟି ଭାଷାରେ ହେଲ୍‌ପ ଲାଇନ ନମ୍ବର ଉପଲବ୍ଧ କରାଯିବ। ଯାହାର କୌଣସି ଦ୍ୱନ୍ଦ୍ବ ଥିବ ଓଡ଼ିଆ ଭାଷାରେ ଫୋନ କରି ବୁଝିପାରିବେ। ଭିଡ଼ ନିୟନ୍ତ୍ରଣ କରିବାକୁ ରେଳ ଷ୍ଟେସନରେ ଏନକ୍ଲୋଜର ନିର୍ମାଣ ହୋଇଛି। ସହରର କୌଣସି ସ୍ଥାନରେ ଅଧିକ ଭିଡ ହେଲେ କିମ୍ବା ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଲେ ଶ୍ରଦ୍ଧାଳୁଙ୍କୁ ଏନକ୍ଲୋଜର ନିକଟରେ ଅଟକାଯିବ। ପ୍ରତି ଏନକ୍ଲୋଜରରେ ୨ରୁ ୪ ହଜାର ଶ୍ରଦ୍ଧାଳୁ ଅଟକାଇବାର କ୍ଷମତା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking