31.1 C
Bhubaneswar
Monday, June 9, 2025
Homeଦେଶ ବିଦେଶଚାଷୀଙ୍କ ପାଇଁ ଆସିବ ‘ଡିଜିଟାଲ୍ କାର୍ଡ’

ଚାଷୀଙ୍କ ପାଇଁ ଆସିବ ‘ଡିଜିଟାଲ୍ କାର୍ଡ’

ନୂଆଦିଲ୍ଲୀ:  କୃଷି ଓ କୃଷକଙ୍କ ସକଳ ଉନ୍ନତି ଦିଗରେ ନିରନ୍ତର କାମ କରୁଥିବା କେନ୍ଦ୍ର ସରକାର ଏବେ ଚାଷୀଙ୍କ ପାଇଁ ଡିଜିଟାଲ କାର୍ଡ’ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶର ପ୍ରତ୍ୟେକ ଚାଷୀଙ୍କୁ ସଶକ୍ତ କରିବା ଦିଗରେ ଭାରତ ସରକାର ‘ଆଧାର’ ଭଳି ଏକ ଡିଜିଟାଲ ଆଇଡି ଆଣିବାକୁ ଯାଉଛନ୍ତି । ଆଗାମୀ ୩ଟି ଆର୍ôଥକ ବର୍ଷରେ ଦେଶର ପ୍ରାୟ ୧୧ କୋଟି ଚାଷୀଙ୍କୁ ଏଥିରେ ସାମିଲ କରାଯିବ । ଏହା ହେଉଛି ‘ଆଗ୍ରିଷ୍ଟାକ୍‌’ ଅଭିଯାନର ଏକ ଅଂଶ, ଯାହାକୁ କୃଷକ କୈନ୍ଦ୍ରିକ ଡିଜିଟାଲ ପବ୍ଲିକ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର (ଡିପିଆଇ) ରୂପେ ଡିଜାଇନ୍ କରାଯାଇଛି । ଏହା ଜରିଆରେ ଚାଷୀ ବିଭିନ୍ନ ସେବା ଓ ଯୋଜନାର ସୁଫଳ ପାଇବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଆଧାର କାର୍ଡ ସଦୃଶ ଏକ ବିଶ୍ୱସ୍ତ ଫାର୍ମର ଆଇଡି ବା କୃଷକ ପରିଚୟପତ୍ର ଆଣିବା ହେଉଛି ଆଗ୍ରିଷ୍ଟାକ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ । ଏହା ଜରିଆରେ ୨୦୨୪-୨୫ ଆର୍ôଥକବର୍ଷରେ ୬ କୋଟି, ୨୦୨୪-୨୫ରେ ୩ କୋଟି ଏବଂ ୨୦୨୫-୨୬ ଆର୍ôଥକବର୍ଷରେ ୨ କୋଟି ଚାଷୀଙ୍କ ପାଇଁ ଡିଜିଟାଲ ଆଇଡି ଜାରି କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ତଥା ପରିଚାଳିତ ଏହି ଆଇଡିଗୁଡ଼ିକୁ ଜମି ରେକର୍ଡ, ପ୍ରାଣୀଙ୍କ ସ୍ୱତ୍ୱାଧିକାର, ଫସଲ, ଅମଳ ଭଳି ବିଭିନ୍ନ କୃଷକ ସମ୍ପର୍କିତ ଡାଟାରେ ଯୋଡ଼ାଯିବ । ସେହିପରି କେନ୍ଦ୍ର ସରକାର ଆଗାମୀ ୨ ବର୍ଷ ମଧ୍ୟରେ ଦେଶବ୍ୟାପୀ ‘ଡିଜିଟାଲ କର୍ପ ସର୍ଭେ’ ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ୨୦୨୪-୨୫ରେ ୪୦୦ ଜିଲା ଏବଂ ୨୦୨୫-୨୬ ଆର୍ôଥକବର୍ଷରେ ସବୁ ଜିଲାକୁ ଏଥିରେ ସାମିଲ କରାଯିବ ବୋଲି କୃଷି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking