ଭୁବନେଶ୍ୱର: ଝାଡାବାନ୍ତି ବ୍ୟାପିବା ପରେ ସତର୍କ ହୋଇଛନ୍ତି ନଗର ଉନ୍ନୟନ ବିଭାଗ । ପୌରାଞ୍ଚଳରେ ପାନୀୟ ଜଳ ସ୍ୱଚ୍ଛତା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପିଇବା ପାଣି, ଖାଦ୍ୟ ଯାଞ୍ଚ ପାଇଁ ୟୁଏଲବିକୁ ନିର୍ଦ୍ଦେଶ ଦିଆଯାଇଛି । ସଫେଇ ଉପରେ ଫୋକସ ରଖାଯାଇଛି । ଡ୍ରେନ ଥିବା ସ୍ଥାନରେ ପିଇବା ପାଣି ପାଇପ ରହିବନି । ଯେଉଁଠି ଡ୍ରେନ ପାଖରେ ପିଇବା ପାଣି ପାଇପ ଅଛି ବଦଳାଯାଉଛି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।