18.1 C
Bhubaneswar
Monday, December 15, 2025
Homeଓଡିଶାଝାଡ଼ାବାନ୍ତି ଆତଙ୍କ : ୨ ମୃତ, ୫୦ଜଣ ଆକ୍ରାନ୍ତ

ଝାଡ଼ାବାନ୍ତି ଆତଙ୍କ : ୨ ମୃତ, ୫୦ଜଣ ଆକ୍ରାନ୍ତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଲଖପାଲି ଗାଁରେ ଝାଡ଼ାବାନ୍ତି ଆତଙ୍କ। ଏଥିରେ ୨ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ଜଣ ଆକ୍ରାନ୍ତ ହୋଇଛନ୍ତି। ୫ ଦିନ ତଳେ ଝାଡ଼ାବାନ୍ତିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଗାଁରେ ଝାଡ଼ାବାନ୍ତି ବ୍ୟାପିକାର କାରଣ ଜଣାପଡ଼ି ନଥିବା ବେଳେ ନଳକୂପ ପାଣି ପିଇବା ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସନ୍ଦେହ କରାଯାଉଛି।ସେହିପରି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଟିକରପଡ଼ା ଗାଁରେ ଝାଡ଼ାବାନ୍ତିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି।ଗାଁର କୂଅରୁ ପାଣି ପିଇବା ଯୋଗଚ ଝାଡ଼ାବାନ୍ତି ବ୍ୟାପୁଥିବା ଗାଁ ଲୋକମାନେ ଅଭିଯୋଗ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking