34.1 C
Bhubaneswar
Monday, February 23, 2026
Homeଓଡିଶାଝାଡ଼ାବାନ୍ତି ଆତଙ୍କ, ୨ ଜଣଙ୍କ ମୃତ୍ୟୁ

ଝାଡ଼ାବାନ୍ତି ଆତଙ୍କ, ୨ ଜଣଙ୍କ ମୃତ୍ୟୁ

ବଲାଙ୍ଗିର :ବଲାଙ୍ଗିର ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ। ତୁରକେଲା ବ୍ଲକ ମହୁଲପାର୍ଟି ପଞ୍ଚାୟତର କାନ୍ଦଗାଡ ଗାଁରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆକ୍ରାନ୍ତ ହୋଇଛନ୍ତି। ତିନିଜଣ ଗୁରୁତର ଅବସ୍ଥାରେ ତୁରକେଲା ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟମାନଙ୍କର ଗାଁରେ ଚିକିତ୍ସା ଜାରି ରହିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଅନ୍ୟ ଜଣେ ପୁରୁଷ ଥିବା ଜଣାଯାଇଛି। ଗାଁରେ ମେଡିକାଲ ଟିମ୍‌ ଅସ୍ଥାୟୀ କ୍ୟାମ୍ପ କରି ଲୋକମାନଙ୍କ ଚିକିତ୍ସା ଜାରି ରଖିଛନ୍ତି। ତେବେ କେଉଁ କାରଣ ପାଇଁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି ତାହା ଜଣାପଡ଼ିନାହିଁ। ଦୂଷିତ ପାଣି ଝାଡ଼ାବାନ୍ତି କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking