28.1 C
Bhubaneswar
Tuesday, February 3, 2026
Homeଓଡିଶାବିଶ୍ୱ ଐତିହ୍ୟ ତାଲିକାରେ ଯୋଡିହେବ ହୀରକ ତ୍ରିଭୁଜ

ବିଶ୍ୱ ଐତିହ୍ୟ ତାଲିକାରେ ଯୋଡିହେବ ହୀରକ ତ୍ରିଭୁଜ

ଯାଜପୁର: ଯାଜପୁର ଜିଲ୍ଲାପୌରାଣିକ ଅତିହାସିକ କ୍ରୀତ୍ତ୍ତିରାଜି ରେ ବିଶ୍ୱ ବିଖ୍ୟାତl ଶୈବ ବୈଷ୍ଟମ୍ବ ଶାକ୍ତ ବୌଦ୍ଧ ଜୈନ ଧର୍ମ ର ମିଳନ ସ୍ଥଳ ଏକଦା ଯାଜପୁର ଥିଲା ଓଡିଶା ର ରାଜଧାନୀ ଏହି ଜିଲ୍ଲା ରେ ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି, ରତ୍ନଗିରି ଓ ଲଳିତଗିରିକୁ ହୀରକ ରକ ତ୍ରିଭୁଜ କୁହାଯାଏ। ଏବେ ଏହି ୩ ବୌଦ୍ଧପୀଠ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥନ ପାଇବାକୁ ଯାଉଛି! ୟୁନିସ୍କୋର ନିର୍ଦ୍ଦେଶକ ଲାଜାରେ ଇଲୋଣ୍ଡୋଉ ଆସମୋ ଏହାର ସ୍ଥାୟୀ ସଦସ୍ୟ ତଥା ଆମ୍ବାସାଡର ବିଶାଳ ଭି. ଶର୍ମାଙ୍କୁ ଜାନୁଆରୀ ୨୧ରେ ପତ୍ରଲେଖ୍ ଏହି ସ୍ବୀକୃତି ସଂକ୍ରାନ୍ତ ଅନୁମୋଦନ ପତ୍ର ପଠାଇଛନ୍ତି। ଓଡ଼ିଶାରେ ଅବସ୍ଥିତ ବୌଦ୍ଧପୀଠକୁ ୟୁନିସ୍କୋରେ ଐତିହ୍ୟ ତାଲିକାଭୁକ୍ତ କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ୮ମାସ ଆବେଦନ କରିଥିଲା। ଏଥିପାଇଁ ଉଦ୍ଦିଷ୍ଟ ଆବେଦନପତ୍ର ସହିତ ବହୁ ଗୁରୁତ୍ବପୂର୍ଣ ନଥୁପତ୍ର, ଫଟୋଚିତ୍ର ଓ ଆନୁଷଙ୍ଗିକ ଦସ୍ତାବିଜ ୟୁନିସ୍କୋ ନିକଟରେ ଦାଖଲ କରିଥିଲା। ଏହାର ଗାଇଡ୍‌ଲାଇନ ସହ ଅନୁଧ୍ୟାନ ପରେ ପରୀକ୍ଷାମୂଳକ ତାଲିକାରେ ଏହାକୁ ସାମିଲ କରାଯାଇଥିବା ୟୁନିସ୍କୋ ନିର୍ଦ୍ଦେଶକ ଅବଗତ କରାଇଛନ୍ତି।ଯାଜପୁର ଜିଲାରେ ଉଦୟଗିରି ଓ ରତ୍ନଗିରି ରହିଥ‌ିବାବେଳେ କଟକ ଜିଲାରେ ଲଲିତଗିରି ରହିଛି। ଏହି ୩ ବୌଦ୍ଧପୀଠ ତ୍ରିଭୁଜ ଆକାରରେ ରହିଥିବାରୁ ଏହାକୁ ହୀରକ ତ୍ରିଭୁଜ କୁହାଯାଏ। ଏହି ପ୍ରାଚୀନ ବୌଦ୍ଧ ପୀଠରୁ ଖ୍ରୀଷ୍ଟୀୟ ୨ୟ ଶତାବ୍ଦୀରୁ ଆରମ୍ଭକରି ଦ୍ବାଦଶ ଶତାବ୍ଦୀ ସମୟର ବହୁ ପ୍ରାଚୀନ କୀର୍ତିରାଜି ଆବିଷ୍କୃତ ହୋଇଛି। ସେଥିମଧ୍ୟରୁ ପ୍ରାଚୀନ ବୌଦ୍ଧ ବିହାର, ଗ୍ରୁପ, ପୁରାତନ ମହାକାଳ ମନ୍ଦିର, ହଜାର ହଜାର ବୌଦ୍ଧ กุดี ଆବିଷ୍କୃତ ହୋଇଛି। ହାଇଛି। ବୁଦ୍ଧଙ୍କ ଅସ୍ଥି ମଧ୍ଯ ଲଳିତଗିରିରୁ ଆବିଷ୍କୃତ ହୋଇଛି, ଯାହାକି ବୁଲେଟ ପ୍ରୁଫ୍ ସଂଗ୍ରହାଳୟରେ ରହିଛି। ପ୍ରାଚୀନ ବୌଦ୍ଧଗ୍ରୁପ ସହ ବୌଦ୍ଧ ଯୁଗୀୟ ପ୍ରାଚୀନ ମୂର୍ତ୍ତି ସବୁ ଆବିଷ୍କାର କରାଯାଇଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ବହୁବାର ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ କରାଯାଇଛି। ଗତ ଦୁଇ ବର୍ଷ ହେବ ଉଦୟଗିରିଠାରେ ଗୁରୁ ପଦ୍ମ ସମ୍ଭବ ସମାବେଶ କରାଯାଉଛି। ଦ୍ବିତୀୟ ବୁଦ୍ଧ କୁହାଯାଉଥିବା ପଦ୍ମସମ୍ଭବ କିମ୍ବା ପ୍ରଥମ ଗୁରୁ ଭାବେ ପରିଚିତ ପଦ୍ମସମ୍ଭବଙ୍କ ଦେହାବଶେଷ ଉଦୟଗିରିଠାରେ ହୋଇଥିବା ନେଇ ପ୍ରମାଣ ମିଳିଛି। ୟୁନିସ୍କୋର ତାଲିକାରେ ୩ ବୌଦ୍ଧ ପୀଠ ସାମିଲହେବା ଓଡ଼ିଶା ପାଇଁ ଏକ ସ୍ମରଣୀୟ ସଫଳତା ବୋଲି ଏଏସ୍‌ଆଇର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର କିଶୋର ଚନ୍ଦ୍ର ବାସାଙ୍କ ପ୍ରଚେଷ୍ଟା ବୋଲି କୁହାଯାଇଛି। ଅନ୍ୟପକ୍ଷରେ ବିଶ୍ୱ ଐତିହ୍ୟରେ ଯୋଡ଼ିହେବା ପାଇଁ ଲଳିତଗିରି, ଉଦୟଗିରି ଓ ରତ୍ନଗିରି ପ୍ରାରମ୍ଭିକ ଯୋଗ୍ୟ ବିବେଚିତ ହେଲା ବୋଲି ପୁରୀ ସର୍କଲର ପ୍ରତ୍ନତାତ୍ତ୍ୱିକ ବିଭାଗ ଅଧୀକ୍ଷକ ତ୍ରିବିଷଦ ବ୍ରଜସୁନ୍ଦର ଗଡ଼ନାୟକ ପ୍ରକାଶ କରିଛନ୍ତି।ଉଦୟଗିରି ଗିରି ଠାରେ ଅନ୍ତ୍ର ଦେଶୀୟ ବୌଦ୍ଧ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇ ଥିଲା ଏହି ସମ୍ମିଳନୀ ରେ 1700ଉର୍ଦ୍ଧ ବୌଦ୍ଧ ଧର୍ମlଳମ୍ବି ବୌଦ୍ଧ ସନ୍ୟାସୀ ଦେଶ ବିଦେଶ ର ଗବେଷକ ମାନେ ଯୋଗ ଦେଇ ବୌଦ୍ଧ ଧର୍ମ ର ଏକ ପ୍ରଚାର ଓ ଏକ ଅଙ୍ଗ ଥିଲା ବୋଲି ମତ ପ୍ରକାଶ କରି ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking