27.1 C
Bhubaneswar
Wednesday, September 18, 2024
Homeଓଡିଶାହୀରାକୁଦ ଡ୍ୟାମ : ୧୨ ଗେଟ୍ ଦେଇ ହେଉଛି ଜଳ ନିଷ୍କାସିତ

ହୀରାକୁଦ ଡ୍ୟାମ : ୧୨ ଗେଟ୍ ଦେଇ ହେଉଛି ଜଳ ନିଷ୍କାସିତ

ସମ୍ବଲପୁର : ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ଆଉ ୬ଟି ଗେଟ୍‌ । ବର୍ତ୍ତମାନ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ୮ଟି ଏବଂ ଡାହାଣ ପାର୍ଶ୍ବରେ ୪ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେଉଛି । ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୭.୫୦ ଫୁଟ ରହିଥିଲା ।ପ୍ରକାଶଯେ, ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇପାରେ ଲାଗିଛି । ଯାହାଫଳରେ ଡ୍ୟାମର ଅଧିକ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୮୯ ହଜାର ୩୪୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୧ ଲକ୍ଷ ୩୬ ହଜାର ଘନଫୁଟ ପାଣି । ଆଗକୁ ଅଧିକ ପାଣି ଆସିବା ସମ୍ଭାବନା ଥିବାରୁ ହୀରାକୁଦର ଅଧିକ ଗେଟ୍ ଖୋଲିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking