21.1 C
Bhubaneswar
Monday, December 22, 2025
Homeଓଡିଶାଧଉଳି ଗଣଦୁଷ୍କର୍ମ: ବଦଳିଲେ ତଦନ୍ତକାରୀ ଅଧିକାରୀ

ଧଉଳି ଗଣଦୁଷ୍କର୍ମ: ବଦଳିଲେ ତଦନ୍ତକାରୀ ଅଧିକାରୀ

ଭୁବନେଶ୍ୱର: ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ । ବଦଳିଲେ ମାମଲାର ତଦନ୍ତକାରୀ ଅଧିକାରୀ । ଆଇୟୁସିଏଡବ୍ଲୁ ତଦନ୍ତ କରିବ, ତଦାରଖ କରୁଛି ସିଏଡବ୍ସୁ । କିନ୍ତୁ ଧଉଳି ଥାନା ପୋଲିସ ତଦନ୍ତରେ ସଦଯୋଗ କରିବ । ଧଉଳି ଥାନାରୁ ଦାୟିତ୍ୱ ହସ୍ତାନ୍ତର କଲେ ତଦନ୍ତକାରୀ ଅଧିକାରୀ । ଆଇୟୁସିଏଡବ୍ଲୁ ଅତିରିକ୍ତ ଡିସିପିଙ୍କୁ କରାଗଲା ଦାୟିତ୍ୱ ହସ୍ତାନ୍ତର । ଆଇୟୁସିଏଡବ୍ଲୁର ଅତିରିକ୍ତ ଡିସିପି ଆରତୀ ଗିରିଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ପୂର୍ବରୁ ଏହି ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପି ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଜୋକର ହାଫିର ଆଉ ୨ ସହଯୋଗୀ ଏବେବି ଫେରାର ଅଛନ୍ତି। ଗତ ୧୧ରେ ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଯାଇଥିବା ବେଳେ ପୀଡିତାଙ୍କୁ ଗଣଦୁଷ୍କର୍ମ କରିଥିଲେ ଦୁବୃର୍ତ୍ତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking