ଭୁବନେଶ୍ୱର: ଧଉଳି ନଦୀପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାତୀକୁ ଗିରଫ କରିଛି ପୋଲିସ । ଗଞ୍ଜାମରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ ଓ ଧଉଳି ଥାନା ପୋଲିସ । ପୂର୍ବରୁ ଏହି ଘଟଣାରେ ୨ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ଅଭିଯୋଗ ଅନୁସାରେ ନାବାଳିକାଜଣକ ଗତ ୧୦ ତାରିଖ ଦିନ ନିଜ ପୁରୁଷବନ୍ଧୁଙ୍କ ସହିତ ଧଉଳି ବୁଲିବାକୁ ଏକ ବାଇକ୍ରେ ଯାଇଥିଲେ। ଧଉଳି ବୁଲିବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଦୟା ନଦୀପଠାକୁ ଟେକି ନେଇ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ କେତେକ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିଲେ। ମାଡ଼ ମାରି ତାଙ୍କଠାରୁ ସୁନାଚେନ୍ ଓ ଟଙ୍କା ଲୁଟିନେଇଥିଲେ। ଏହାସହିତ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ମାରି ଦରମରା କରି ଫିଙ୍ଗି ଦେଇଥିଲେ। ଘଟଣାର ୫ ଦିନ ପରେ ପୁଲିସ କଟକ ବାଙ୍କୀର ବିଭୁ ପ୍ରସାଦ ମିଶ୍ର(୩୨) ଓ କଟକ ଓଲଟପୁର ଅଞ୍ଚଳର କାଳନ୍ଦୀ ପାତ୍ର(୩୧)କୁ ଗିରଫ କରିଥିଲା। କିନ୍ତୁ ଅନ୍ୟ ଅଭିଯୁକ୍ତମାନଙ୍କ ପାଖରେ ପୁଲିସ ଏପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା। ଆଜି ମୁଖ୍ୟ ଅଭିଯୁକ୍ତ ଧରାପଡିଛି । ୧୧ ତାରିଖ ଦିନ ଧଉଳି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ଭୁବନେଶ୍ବର ଜେଏମ୍ଏଫ୍ସି କୋର୍ଟରେ ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁଙ୍କ ବୟାନ ରେକର୍ଡ କରାଇଛି। ଫେରାର ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା।










