19.1 C
Bhubaneswar
Sunday, December 21, 2025
Homeଓଡିଶାସେଫ୍ ସିଟି ଡ୍ରାଇଭ ଆନୁକୁଲ୍ୟରେ ଧଡପକଡ, ୮୪ ଗାଡି ସିଜି

ସେଫ୍ ସିଟି ଡ୍ରାଇଭ ଆନୁକୁଲ୍ୟରେ ଧଡପକଡ, ୮୪ ଗାଡି ସିଜି

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଘଟୁଥିବା ଦୁର୍ଘଟଣା ଓ ଟ୍ରାଫିକ ନିୟମକୁ ନ ମାନିବା ଲୋକଙ୍କୁ ସଚେତ କରିବା ନିମନ୍ତେ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀର ପୁଲିସ କମିଶନରଙ୍କ ନିର୍ଦ୍ଦେଶ କ୍ରମେ “ସେଫ ସିଟି ଡ୍ରାଇଭ” ଅଭିଯାନ କ୍ରମରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ବିପରୀତ ଦିଗରେ ଗାଡିଚାଳନା, ବିନା ହେଲମେଟରେ ଗାଡିଚାଳନା ଓ ଗାଡି ଚାଳନା ସମୟରେ ମୋବାଇଲ ଫୋନ ବ୍ୟବହାର କରୁଥିବା ଚାଳକଙ୍କ ବିରୋଧରେ ଧରପଗଡ ଅଭିଯାନ କଡାକଡି ଭାବେ ଚାଲୁଅଛି । ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ମଦ୍ୟପାନ କରି ଗଡି ଚାଳନା କୁରଥିବା ଗାଡି ଚାଳକଙ୍କୁ ଧରିବା ପାଇଁ ଭୁବନେଶ୍ୱର ସହରାଞ୍ଚଳରେ ଥିବା କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଧଉଳି ଥାନା, ଲିଙ୍ଗରାଜ ଥାନା, ଏୟାରଫିଲ୍ଡ ଥାନା, ଏୟାରପୋର୍ଟ ଥାନା, ତମାଣ୍ଡୋ ଥାନା, ଖଣ୍ଡଗିରି ଥାନା, ଭରତପୁର ଥାନା, ଇନଫୋଭ୍‌ଯାଲି ଥାନା, ଜଟଣୀ ଥାନା, ବଡଗଡ ଥାନା, ଲକ୍ଷ୍ମୀସାଗର ଥାନା, ବାଲିଅନ୍ତା ଥାନା, ବାଲିପାଟଣା ଥାନା, ପାହାଳ ଥାନା, ନୟାପଲ୍ଲୀ ଥାନା, ମଞ୍ଚେଶ୍ୱର ଥାନା, ସହିଦନଗର ଥାନା, ମୈତ୍ରୀବିହାର ଥାନା, ଚନ୍ଦକା ଥାନା, ନନ୍ଦନକାନନ ଥାନା, ଇନଫୋସିଟି ଥାନା ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳମାନଙ୍କରେ ସମ୍ପୃକ୍ତ ଥାନା ଆଇଆଇସି ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଧରପଗଡ କରାଯାଇଥିଲା ।

ଗତକାଲି ରାତିରେ କରାଯାଇଥିବା ଧରପଗଡ ଅଭିଯାନରେ ବିପରୀତ ଦିଗରେ ଗାଡିଚାଳନା, ବିନା ହେଲମେଟରେ ଗାଡିଚାଳନା ଓ ଗାଡି ଚାଳନା ସମୟରେ ମୋବାଇଲ ଫୋନ ବ୍ୟବହାର କରୁଥିବା ଚାଳକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସମ୍ପୃକ୍ତ ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ, କେତେକ କ୍ଷେତ୍ରରେ ପିଆର ଦିଆଯାଇଥିଲା ଏବଂ ଅନ୍ୟ କେତେକ ସ୍ଥଳେ ଆଇନ ଉଲଙ୍ଘନକାରୀଙ୍କ ନିକଟରୁ ଓଡିଶା ମୋଟର ଯାନ ଆଇନ ଏବଂ ଓଡିଶା ସହରାଞ୍ଚଳ ପୁଲିସ ଆଇନ ଅନୁଯାଇ ଜୋରିମନା ମଧ୍ୟ ଆଦାୟ କରଯାଇଥିଲା । ଏହି କ୍ରମରେ ମୋଟ ୮୪ଟି ଗାଡି ସିଜି କରିଛି କମିଶନରେଟ ପୁଲିସ । ୨ ଜଣେ ଆଇନ ଉଲଙ୍ଘନକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଭୁବନେଶ୍ୱର ସହରାଞ୍ଚଳକୁ ଅପରାଧ ମୁକ୍ତ କରିବା ପାଇଁ “ସେଫ ସିଟି ଡ୍ରାଇଭ” ଅଧୀନରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚାଲୁଥିବା ଖଟି, ସର୍ବସାଧାରଣରେ ନିଶାଦ୍ରବ୍ୟ କରୁଥିବା ଅସାମାଜିକ ବ୍ୟକ୍ତିବିଶେଷମାନଙ୍କୁ ନିୟମିତ ଭାବରେ ତଦାରଖ କରାଯିବା ସହ ଅଞ୍ଚଳରେ ବିପରୀତ ଦିଗରେ ଗାଡିଚାଳନା, ବିନା ହେଲମେଟରେ ଗାଡିଚାଳନା ଓ ଗାଡି ଚାଳନା ସମୟରେ ମୋବାଇଲ ଫୋନ ବ୍ୟବହାର କରୁଥିବା ଚାଳକଙ୍କ ଉପରେ ନଜର ରଖାଯାଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking