ଝାରସୁଗୁଡା: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଝାରସୁଗୁଡା ଅମଲିପାଲି ସଭା ସ୍ତରରେ ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ସମୀକ୍ଷା । ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସମୀକ୍ଷା କରିଛନ୍ତି ଡିଜିପି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡାର ଅମଲିପାଲିରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିସହିତ ଯୁବ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଗତକାଲି ରାଜସ୍ୱ ମନ୍ତ୍ରୀ ଏବଂ ଡିଜିପି ସଭାସ୍ଥଳକୁ ଯାଇ ସମୀକ୍ଷା କରିଥିଲେ । ଆସନ୍ତାକାଲି ନୂଆଦିଲ୍ଲୀରୁ ବାହାରି ଦିନ ୧୧ଟା ୧୦ରେ ଝାରସୁଗୁଡା ଏୟାରପୋର୍ଟରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ୧୧ଟା ୨୫ ମିନିଟ ସମୟରେ ଅମଲିପାଲି ସଭାରେ ପହଞ୍ଚିବେ । ପାକାପାଖି ୧ ଘଣ୍ଟା ୧୫ ମିନିଟର କାର୍ଯ୍ୟକ୍ରମ ରହିଛି । ୧୨ଟା ୪୫ ସମୟରେ ପ୍ରଧାନମନ୍ତ୍ରୀ ବାହାରିଯିବେ ।










