27.1 C
Bhubaneswar
Sunday, July 6, 2025
Homeଓଡିଶାବ୍ୟାସନଗର ପୌରପରିଷଦରେ ଉନ୍ନୟନ କାର୍ଯ୍ୟକୁ ନେଇ ଲାଗି ରହିଛି ଅଶାନ୍ତ ଝଡ଼

ବ୍ୟାସନଗର ପୌରପରିଷଦରେ ଉନ୍ନୟନ କାର୍ଯ୍ୟକୁ ନେଇ ଲାଗି ରହିଛି ଅଶାନ୍ତ ଝଡ଼

ଯାଜପୁର: ଯାଜପୁର ବ୍ୟାସନଗର ପୌରପରିଷଦରେ ଉନ୍ନୟନ କାର୍ଯ୍ୟକୁ ନେଇ ଲାଗିରହିଛି ଅଶାନ୍ତ ଝଡ଼। ପରିଷଦରେ ପାରିଷଦଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଫାଟ। ଗତ କିଛି ଦିନ ହେବ ଏହି ପୌର ପରିଷଦରେ ଗୋଷ୍ଠୀ ବିବାଦ ଦେଖାଦେଇଥିବା ବେଳେ ଭାରପ୍ରାପ୍ତ ପୌର ଅଧ୍ୟକ୍ଷ ସୁବାସ ବଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଉନ୍ନୟନ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି। ବିଭିନ୍ନ କାର୍ଯ୍ୟର ଟେଣ୍ଡର ପକାଯାଇଥିଲେ ହେଁ ଏହା ଖୋଲା ଯାଉନି କି କାଉନସିଲରେ ପାସ ହୋଇଥିବା ରିଜୋଲ୍ୟୁସନକୁ ଖାତିର କରାଯାଉନି। ଏଥିପାଇଁ ସିଧସଳଖ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅବହେଳାକୁ ଦାୟୀ କରାଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ଏବେ 6ଦିନିଆ ଛୁଟିରେ ରହିଥିବା ବେଳେ ବିଭିନ୍ନ ଆଳ ଦେଖାଇ ଏପରି ଅନିୟମିତତା କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଅଧ୍ୟକ୍ଷଙ୍କ ନେତୃତ୍ୱରେ ଆସୁଥିବା 15ଜଣିଆ ପ୍ରତିନିଧି ଦଳ ଚେତାବନୀ ଦେଇଛନ୍ତି। ଆଜି ପୌରପରିଷଦର ଅଧ୍ୟକ୍ଷ ଶ୍ରୀ ବଳଙ୍କ ନେତୃତ୍ୱରେ ପାରିଷଦ ମାନଙ୍କର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ନିକଟରେ ଏନେଇ ଫେରାଦ ହୋଇଛନ୍ତି। କାର୍ଯ୍ୟନିର୍ବାହୀ ଅଧିକାରୀ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନରେ ବାଧକ ସାଜିଥିବା ଅଭିଯୋଗ କରିଛନ୍ତି ଅଧ୍ୟକ୍ଷ। ସେପଟେ ଅଭିଯୋଗ ଗ୍ରହଣ କରି ଜିଲ୍ଲାପାଳ ଏହାର ତଦନ୍ତ କରିବେ ଏବଂ ତଦନ୍ତ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ଜିଲ୍ଲାପାଳ ଏନେଇ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking