21.1 C
Bhubaneswar
Friday, February 6, 2026
Homeଓଡିଶାଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପିପିଲି ପରିଦର୍ଶନ

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପିପିଲି ପରିଦର୍ଶନ

ଭୁବନେଶ୍ୱର: ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଚାନ୍ଦୁଆ ଶିଳ୍ପ ପାଇଁ ପ୍ରସିଦ୍ଧ ପୁରୀ ଜିଲ୍ଲାର ପିପିଲି ପରିଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ପିପିଲି ହସ୍ତଶିଳ୍ପ କାରିଗରୀ ଓ କାରିଗରମାନଙ୍କ ସାମଗ୍ରିକ ବିକାଶ ସଂପର୍କରେ ସ୍ଥାନୀୟ କାରିଗରମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଶିଳ୍ପର ଅଧିକ ବିକାଶ ପାଇଁ କିପରି କାରୀଗରମାନଙ୍କୁ ଏଥିପାଇଁ ବ୍ୟବହାର କରାଯାଉଥିବା କଞ୍ଚାମାଲ ସହଜରେ ମିଳିପାରିବ, କାରୀଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଆକର୍ଷଣୀୟ କାରୁକାର୍ଯ୍ୟ ସଂପନ୍ନ ଉତ୍ପାଦର ବିକ୍ରୟ ପାଇଁ ବଜାର ସୁବିଧା, ନୂଆ କାରିଗରଙ୍କ ପାଇଁ ପ୍ରଶିକ୍ଷଣ ଆଦି ସମ୍ପର୍କରେ ସେ ଆଲୋଚନା କରିଥିଲେ । ଭୁବନେଶ୍ୱରଠାରୁ ଶ୍ରୀକ୍ଷେତ୍ର, ପୁରୀ ରାସ୍ତାରେ ଥିବା ପିପିଲି ଆଗାମୀ ଦିନରେ ଦେଶର ଚାନ୍ଦୁଆ ହବ୍ ହେବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ଉଜ୍ଜ୍ୱଳ ସମ୍ଭାବନା ରଖୁଛି ବୋଲି ପିପିଲି ଗସ୍ତ ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ପ୍ରକାଶ କରିଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ, ପିପିଲିର ଚାନ୍ଦୁଆ କାର୍ଯ୍ୟ ଓଡ଼ିଶା ସମେତ ଦେଶର ଦେଶର ବିଭିନ୍ନ ପ୍ରାନ୍ତରରୁ ଆସୁଥିବା ପର୍ଯ୍ୟଟକ ଓ ଭାରତ ବାହାରେ ମଧ୍ୟ ଏହାର ଲୋକପ୍ରିୟତା ରହିଛି ।ପିପିଲିର କାରିଗରମାନଙ୍କ ଦ୍ୱାରା ସୂକ୍ଷ୍ମ କାରୁକାର୍ଯ୍ୟରେ ପ୍ରସ୍ତୁତ କରାଯାଉଥିବା ଆକର୍ଷଣୀୟ ଚାନ୍ଦୁଆ, ଛତା, କନା ବ୍ୟାଗ୍, ମୁଣି, ଡୋରସ୍କ୍ରିନ୍, ଗାଲିଚା, ମହିଳାଙ୍କ ପାଇଁ ପୋଷାକ ଓ ଅନ୍ୟାନ୍ୟ କାର୍ଯ୍ୟ ସ୍ଥାନୀୟ ଲୋକମାନଙ୍କର ମଧ୍ୟ ବେଶ୍ ଆଦୃତି ରହିଛି ।ରଥଯାତ୍ରା ସମୟରେ ରଥରେ ସଜ୍ଜିତ ହେଉଥିବା କାମ ହେଉ, ବିଭିନ୍ନ ଦେବଦେବୀ ପୀଠରେ ଚାନ୍ଦୁଆ କାର୍ଯ୍ୟର ବହୁଳ ବ୍ୟବହାର ହୋଇଥାଏ । ବିଭିନ୍ନ ଡିଜାଇନର ଚିକିମିକ ଜରି ଓ ମୋତି ଆଦି ବ୍ୟବହାର କରି ଚାନ୍ଦୁଆ, ଛତ୍ର, ତୋରଣ ସମେତ ବିଭିନ୍ନ ଘର ସଜା ସାମଗ୍ରୀ ପସ୍ତୁତ କରାଯାଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking