ଭୁବନେଶ୍ୱର: ୧୯୭୫ ତୁଳନାରେ ଆଜିର ପରିସ୍ଥତି ଅତ୍ୟନ୍ତ ସାଙ୍ଘାତିକ । ପତ୍ୟେକ କ୍ଷେତ୍ରରେ ମୋଦୀ ସରକାର ସମ୍ବିଧାନର ଗଳାରୁଦ୍ଧ କରୁଛି । ଆଜି ସାରା ଦେଶରେ ଏକ ଅଘୋଷିତ ଜରୁରୀକାଳୀନ ଲାଗିଛି, ଯାହା ପାଇଁ ବିଜେପି ସରକାର ଦାୟୀ ବୋଲି କହିଛନ୍ତି କଂଗ୍ରେସ ପିସିସି ସଭାପତି ଭକ୍ତ ଦାସ । ଆହୁରି କହିଛନ୍ତି କଂଗ୍ରେସ ଏବେ ରାଜ୍ୟରେ ହଇଜା, ନାରୀ ନିର୍ଯାତନା ପରି ମହାମାରୀ ପ୍ରସଙ୍ଗରେ ଆନ୍ଦୋଳନରେ ବ୍ୟସ୍ତ । ବିଜେପି-ବିଜେଡି କିନ୍ତୁ ୫୦ ବର୍ଷ ତଳର କଥାକୁ ଘାଣ୍ଟିବାରେ ବ୍ୟସ୍ତ। ସେତେବେଳେ ଜରୁରି ପରିସ୍ଥିତି ବେଳେ ଆରବିଆଇ, ସୁପ୍ରିମକୋର୍ଟ, ଲୋକପାଳ, ସିଭିସି ଆଦି ସାମ୍ବିଧାନିକ ଅନୁଷ୍ଠାନର ସ୍ବତନ୍ତ୍ର୍ଯ ଓ ସ୍ଥିତି କ’ଣ ଥିଲା ଓ ଏବର ମୋଦୀ ସରକାର ଅମଳର ଅଘୋଷିତ ଜରୁରି ପରିସ୍ଥିତିରେ ସେହି ଅନୁଷ୍ଠାନର ସ୍ବାଧୀନତା କେତେ ଅଛି ନିକିତିରେ ତଉଲାଯାଉ। ବିତର୍କ ହେଉ। ସେତେବେଳେ କେବଳ ନେତୃବର୍ଗଙ୍କୁ ଗିରଫ କରାଯାଇଥିଲା। ଏବେ କୌଣସି ବର୍ଗ ସରକାରୀ ଅଙ୍କୁଶ ଓ ଆକ୍ରୋଶରୁ ବର୍ତ୍ତିପାରୁନାହାନ୍ତି। ଯେଉଁ ପରିବାରର ତିନି ପିଢି ଦେଶପାଇଁ ଆତ୍ମବଳି ଦେଇଛନ୍ତି, ସେମାନଙ୍କ ଦାୟାଦ ରାଜନୀତି କରିପାରିବେନି, ଅଥଚ ଏକଦା ‘ତଡିପାର’ ଘୋଷିତ ବ୍ୟକ୍ତି ରାଜନୀତି କରିବେ?










