ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବ୍ୟାସନଗର ସହରର କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଓ ଦେଶର ବିଭିନ୍ନ ପ୍ରାନ୍ତରୁ ବସବାସ କରୁଥିବା ବ୍ୟକ୍ତିବିଶେଷମାନଙ୍କ ଆବଶ୍ୟକତା ସକାଶେ ଏଠାରେ ଦ୍ୱିତୀୟ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିବାକୁ ଆବଶ୍ୟକୀୟ ଜମି ସରକାର ଯୋଗାଇଦେଇଛନ୍ତି l ଏବେ ଉକ୍ତ ଜମି ରେ କମ୍ପାନୀ ବସ ଗୁଡ଼ିକ ଟ୍ରମିନାଲ ସାଜିଛି l କେବେ ନୂତନ ଗୋଷ୍ଟି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ତାହା ନିର୍ଦ୍ଧିଷ୍ଟ ଉତ୍ତର ବିଭାଗୀୟ ଅଧିକାରୀ ଙ୍କ ପାଖ ରେ ନାହିଁ ଏହା ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ଚୋରଦା ରାଜସ୍ବ ଗ୍ରାମର ପାନ୍ଥଶାଳା ପଛପଟେ ରହିଥିବା ପ୍ଲଟ ସଂଖ୍ୟା ୦୧ ଓ ଖାତା ନମ୍ବର ୧୬୨ ରୁ ୦.୯୯ ହେକ୍ଟର ଝାଟି ଜଙ୍ଗଲ ଜମିକୁ କଟକ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରା ତାଙ୍କର ପତ୍ରସଂଖ୍ୟା ୮୧୮୯ ତା ୧୨.୦୯.୨୩ ବଳରେ ଅଣଜଙ୍ଗଳ କିସମରେ ପରିଣତ କରାଯାଇଛି l
ଏହି ପ୍ରକଳ୍ପପାଇଁ ଓଡିଶା ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପତ୍ରସଂଖ୍ୟା ୩୦୨୬୬ ତା ୨୯.୧୨.୨୩ ଦ୍ୱାରା ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଜରିଆରେ ୯ କୋଟି ୯୪ ଲକ୍ଷ ଟଙ୍କା ମଂଜୁର କରାଯାଇଛି l ଏହାପରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ, ରାଜସ୍ବ ଅଧିକାରୀ ଓ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ମିଳିତ ଭାବେ ଚିହ୍ନଟ କରିବା ସହ ତିନିମହଲା ବିଶିଷ୍ଟ ଏକ ଅତ୍ୟାଧୁନିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଏକ ନକ୍ସା ସରକାରଙ୍କ ନିକଟକୁ ପଠାଇଥିଲେ l ତଦନୁଯାୟୀ ଏହାର ଚୂଡାନ୍ତ ସର୍ଭେ ମୁତାବକ ୧୭ କୋଟି ୭୫ ଲକ୍ଷ ୭୮ ହଜାର ଟଙ୍କାର ଆକଳନକୁ ସରକାରଙ୍କଦ୍ୱାରା ଅନୁମୋଦିତ ହୋଇଛି l ଏଥିନିମନ୍ତେ ଟେଣ୍ଡର ପ୍ରକ୍ରିୟାବି ଶେଷ ହୋଇଛି l କିନ୍ତୁ ଅଦ୍ୟାବଧି ଏହି ଜନହିତକର ପ୍ରକଳ୍ପର ନିର୍ମାଣକାର୍ଯ୍ୟ ଆରମ୍ଭ କରାଯାଇପାରୁନାହିଁ l
ସହରର ଏକମାତ୍ର ସ୍ୱାସ୍ଥ୍ୟକେନ୍ଦ୍ର ରେଳବାଇ ଧାରଣା ଆରପଟେ ଥିବାରୁ ଓ ଏପର୍ଯ୍ୟନ୍ତ ଗଳିପୋଲ ଓ ରେଳବାଇ ପୋଲର ସମ୍ପୂର୍ଣ ହୋଇନପାରିବାରୁ ରେଳବାଇ ଫାଟକ ଅନେକ ସମୟରେ ବନ୍ଦ ରହୁ ଥିବାରୁ ମୁମୁର୍ଷୁ ଅବସ୍ଥାରେ ରୋଗୀମାନଂକର ଅକାରଣେ ଜୀବନ ଯାଉଛି l ଏଣୁ ଏହାର ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ବ୍ୟାସନଗର ସହରର ବୁଦ୍ଧିଜୀବୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ସରକାରଙ୍କ ସ୍ୱାସ୍ଥ୍ୟ, ରାସ୍ତା ଓ ଗୃହନିର୍ମାଣ ବିଭାଗର ଅଧିକାରୀ, ଯାଜପୁର ଜିଲ୍ଲାପାଳ,ମାନ୍ୟବର କୋରାଇ ବିଧାୟକ, ଜିଲ୍ଲା ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦ ନିକଟ ରେ ବିଶିଷ୍ଟ ଶିକ୍ଷା ବିତ ସମାଜ ସେବି ଡ କୁଶ ଚନ୍ଦ୍ର ପ୍ରଧାନ ଦାବି କହିଛନ୍ତି l