25.1 C
Bhubaneswar
Tuesday, March 24, 2026
Homeଓଡିଶାଗିରଫ ହେଲେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ

ଗିରଫ ହେଲେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ

ଭୁବନେଶ୍ୱର : ଗିରଫ ହେଲେ ଡେପୁଟି ରେଞ୍ଜର । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋରାପୁଟର ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ତଥା ଭାରପ୍ରାପ୍ତ ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଗିରଫ ହୋଇଛନ୍ତି । ତାଙ୍କ ଘରେ ମାଟି ତଳୁ ନଗଦ ୧ କୋଟି ୪୩ ଲକ୍ଷ ୩୪ ହଜାର ଟଙ୍କା। ବ୍ୟାଙ୍କରେ ଅଛି ୧ କୋଟି ୩୨ ଲକ୍ଷ ୮୫ ହଜାର ୭୫୪ ଟଙ୍କା। ତା’ ସାଙ୍ଗକୁ ଦେଢ଼ କେଜି ସୁନା, ୪.୬୩୭ କେଜି ରୁପା, ଜୟପୁର ସହରରେ ୩ ମହଲା ବିଶାଳ କୋଠା, ୨ଟି ଫ୍ଲାଟ୍‌, ୨ଟି ପ୍ଲଟ୍ ଏବଂ ଭୁବନେଶ୍ବରରେ ଗୋଟିଏ ଫ୍ଲାଟ୍‌। ବିଭିନ୍ନ ଇନ୍‌ସ୍ୟୁରାନସ୍‌ କମ୍ପାନିରେ ବାବୁଙ୍କର ଲକ୍ଷଲକ୍ଷ ଟଙ୍କା ବିନିଯୋଗ ହୋଇଥିବାବେଳେ ୨ଟି ଚାରିଚକିଆ, ୩ଟି ଦୁଇଚକିଆ ଯାନ ସମେତ ଆଖି ଖୋସି ହୋଇଗଲା ଭଳି ରହିଛି ଅମାପ ସମ୍ପତ୍ତି। ଫରେଷ୍ଟ ଗାର୍ଡରୁ ଜୟପୁର ଡେପୁଟି ରେଞ୍ଜର ବନିଥିବା ରାମଚନ୍ଦ୍ର ନେପାକଙ୍କ ବେନାମୀ ସମ୍ପତ୍ତିର ତାଲିକା ଦେଖି ଖୋଦ୍‌ ଭିଜିଲାନ୍ସର ବି ହୋସ୍‌ ଉଡ଼ିଯାଇଛି। କଳା ଧନକୁ ରଖିବା ପାଇଁ ଘରେ ସିକ୍ରେଟ ଚାମ୍ବର ତିଆରି କରିଥିଲେ ନେପାକ । ୨୦୨୫ ଡିସେମ୍ବରରେ ବାବୁ ଅବସର ନେଇଥାନ୍ତେ, ହେଲେ ତା’ପୂର୍ବରୁ ତାଙ୍କ ଦୁର୍ନୀତିର ପେଡ଼ି ଖୋଲି ଦେଇଛି ଭିଜିଲାନ୍ସ। ହେଲେ ତା ପୂର୍ୱରୁ ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଚଢାଉ କରି ବାବୁଙ୍କ କଳା ଟଙ୍କା ର ହିସାବ କରି ଗିରଫ କରିଛି ଭିଜିଲାନ୍ସ । ଚଢ଼ାଉରେ ୬ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୯ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ମଧ୍ୟ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking