15.1 C
Bhubaneswar
Wednesday, December 24, 2025
Homeଓଡିଶାରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କ ସହ ସିଧା ଆଲୋଚନା କଲେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କ ସହ ସିଧା ଆଲୋଚନା କଲେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ମହିଳା ସଶକ୍ତିକରଣ, ଯୌନ ଭିତ୍ତିକ ହିଂସା, ରାଜନୀତିରେ ମହିଳାଙ୍କ ଭୂମିକା ଓ ଯୁବପିଢ଼ିଙ୍କ କ୍ୟାରିଅର ଉପରେ କଲେ ଖୋଲା କଥାବାର୍ତ୍ତା

ମହିଳା ସଶକ୍ତିକରଣ ଏକ ନାରା ନୁହେଁ, ଏହା ଏକ ପ୍ରକ୍ରିୟା : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

କ୍ୟାରିଅର ସହ ଶିଶୁ ଲାଳନପାଳନକୁ ଦେଲେ ପ୍ରାଧାନ୍ୟ

ଭୁବନେଶ୍ୱର, : ଆଜି ଅନ୍ତର୍ଜାତୀୟ ମହିଳା ଦିବସ – ୨୦୨୫ ପାଳନ ଉପଲକ୍ଷେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଏକ ଯୁବ ସମ୍ମିଳନୀ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ତଥା ଅନ୍ୟ ମହାବିଦ୍ୟାଳୟରୁ ଆସିଥିବା ଯୁବପିଢ଼ି ମାନଙ୍କ ସହ ସିଧା ଆଲୋଚନା କରିଥିଲେ। ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଯଥା – ମହିଳା ସଶକ୍ତିକରଣ, ଯୌନ ଭିତ୍ତିକ ହିଂସା, ରାଜନୀତିରେ ମହିଳାମାନଙ୍କ ଭୂମିକା, ମାନସିକ ସ୍ୱାସ୍ଥ୍ୟ, ଲିଙ୍ଗଗତ ଅସମାନତା ଓ ମହିଳାମାନଙ୍କ ଅର୍ଥନୈତିକ ଭାଗିଦାରୀ ଉପରେ ଛାତ୍ରୀମାନଙ୍କ ସହ ଖୋଲା କଥାବାର୍ତ୍ତା କରିଥିଲେ। ଯୁବପିଢ଼ିମାନଙ୍କ ନିର୍ଣ୍ଣୟ ନେବାର ସ୍ୱାଧୀନତା ଓ ନିଜ ଦକ୍ଷତା ଉପରେ ଆତ୍ମବିଶ୍ୱାସ ମହିଳା ସଶକ୍ତିକରଣକୁ ଆହୁରି ସୁଦୃଢ କରିବ। ମହିଳା ସଶକ୍ତିକରଣ ଏକ ନାରା ନୁହେଁ, ଏହା ଏକ ପ୍ରକ୍ରିୟା। ଯାହା ପିଢ଼ି ପରେ ପିଢ଼ି ଆଗକୁ ଚାଲିଥିବ। ମା ସାହସୀ ହେଲେ ଝିଅ ସାହସୀ ହେବ। ଜଣେ ମହିଳା ହିସାବରେ କ୍ୟାରିଅର ସହ ଶିଶୁ ଲାଳନପାଳନ କୁ ମଧ୍ୟ ଗୁରତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।ସମାଜରେ ମହିଳାଙ୍କୁ ଦେଖିବାର ମାନସିକତା ବଦଳେଇବାର ସମୟ ଆସିଛି ବୋଲି ସେ ଦୃଢ଼ ମତ ରଖିଥିଲେ।

ନିଜ ପ୍ରତିଭା ଓ ଯୋଗ୍ୟତାକୁ
ଏହା ସହ ପରିବର୍ତ୍ତିତ ସମାଜର ବଦଳୁଥିବା ଜୀବନଧାରା କୁ ସରଳ କରିବା ନିମନ୍ତେ ମାନସିକ ସ୍ୱାସ୍ଥ୍ୟକୁ ସେ ଗୁରୁତ୍ୱ ଦେଇଥିଲେ। ମହିଳା ଯୁବପିଢ଼ି ମାନଙ୍କୁ ମାନସିକତା ସୁସ୍ଥତା ସହ ଯୋଗ, ପ୍ରାଣାୟାମ କରିବାକୁ ସେ ଉପଦେଶ ଦେଇଥିଲେ। ଯୌନ ଭିତ୍ତିକ ସମ୍ବନ୍ଧୀୟ ପ୍ରଶ୍ନରେ ସେ କହିଲେ ଯେ ମହିଳା ସୁରକ୍ଷାକୁ ଆମ ସରକାର ପ୍ରାଥମିକତା ଦେଉଛନ୍ତି।ରାଜ୍ୟରେ ଖୁବ ଶୀଘ୍ର ବିଶାଖା ଗାଇଡ଼ଲାଇନକୁ ଜାରି କରାଯିବ ଓ ମହିଳା କୋର୍ଟକୁ ପ୍ରାଧାନ୍ୟ ଦିଆଯିବ।ଏହା ସହ ମାନସିକ ସ୍ତରରେ ଝିଅ ମାନଙ୍କୁ ସଶକ୍ତ ହୋଇ ଆତ୍ମରକ୍ଷାର କୌଶଳ ଶିଖିବାକୁ ସେ ପ୍ରେରଣା ଯୋଗାଇଥିଲେ। ଯେ ପୀଡା ପାଇଛି ସେ ପୀଡିତା ନୁହେଁ, ଯେ ପୀଡା ଦେଇଛି ସେ ହିଁ ପୀଡିତା ବୋଲି ସେ ଦୃଢ଼ ମତ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଙ୍କ ସମେତ ବିଭାଗୀୟ ନିର୍ଦ୍ଦେଶକ ଓ ସମାଜ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ମୋନିଷା ବାନାର୍ଜୀ ଉପସ୍ଥିତ ଥିଲେ। ରମାଦେବୀ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷଙ୍କର ସହ ବହୁ ପ୍ରାଧ୍ୟାପକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking