30.1 C
Bhubaneswar
Tuesday, January 20, 2026
Homeଓଡିଶାଜଳକ୍ଲିଷ୍ଟ ଅଞ୍ଚଳରେ ଫସଲହାନି ରୋକିବା ପାଇଁ କ୍ଷେତ ପୋଖରୀ ଖନନ ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ...

ଜଳକ୍ଲିଷ୍ଟ ଅଞ୍ଚଳରେ ଫସଲହାନି ରୋକିବା ପାଇଁ କ୍ଷେତ ପୋଖରୀ ଖନନ ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଗୁରୁତ୍ୱ

ଭୁବନେଶ୍ୱର:  ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ, ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ନୂତନ ଜଳଧାରା-କ୍ଷେତ ପୋଖରୀ ନିର୍ମାଣ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି ଭବନସ୍ଥିତ ବୋର୍ଡରୁମରେ ଆଜି ଅପରାହ୍ନରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ୍‌ କଲ୍ୟାଣ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଶୈଳେନ୍ଦ୍ର ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକରେ ନୂତନ ଜଳଧାରା-କ୍ଷେତ ପୋଖରୀ ନିର୍ମାଣ ନିମନ୍ତେ ମୃତ୍ତିକା ସଂରକ୍ଷଣ ଏବଂ ଜଳସେଚନ ବିକାଶ ନିର୍ଦ୍ଦେଶାଳୟ ଦ୍ୱାରା ଜାରି ରହିଥିବା ଏବଂ ନୂତନ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା । ଜଳକ୍ଳୀଷ୍ଟ ଅଞ୍ଚଳରେ ସୁଗମ ଭାବେ ଜଳସେଚନ ଓ ଫସଲହାନିକୁ ରୋକିବା ପାଇଁ ଜଳଧାରା ବା କ୍ଷେତ ପୋଖରୀ ଖନନ କରାଯିବ । ଅଣଜଳସେଚିତ ଚାଷଜମିଗୁଡ଼ିକୁ ଚିହ୍ନଟ କରାଯାଇ ଏହି ପ୍ରକ୍ରିୟାରେ ସାମିଲ କରାଯିବ । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, କୋରାପୁଟ, ବଲାଙ୍ଗିର, ନୂଆପଡ଼ା, ବରଗଡ଼ ଓ କଳାହାଣ୍ଡିରେ ଏହା କାର୍ଯ୍ୟକ୍ଷମ ହେବ । ଏଥି ପାଇଁ ତିନି ବର୍ଷ ସମୟ ଧାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ।

ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ସଂପୃକ୍ତ ଚାଷୀ ଗୋ-ସୁଗମ ପୋର୍ଟାଲରେ ଆବେଦନ କରିପାରିବେ ଏବଂ ସମୟାନୁକ୍ରମେ ରାଜ୍ୟ ସରକାର ଏହାର ସମୀକ୍ଷା କରିବେ । ଏହାଛଡ଼ା ୧୫ ଏକର ଜମିରେ ବଜ୍ରପାତ ନିରୋଧୀ ତାଳଗଛ ଲଗାଯିବା ନେଇ ନିଷ୍ପତ୍ତି ହୋଇଛି । ସେହିପରି କଣ୍ଟାନଥିବା କାକ୍‌ଟସ୍‌ ରୋପଣ କରି ପତିତ ଜମିର ପୁନରୁଦ୍ଧାର କରାଯିବ । ରିୱାର୍ଡ ସ୍କିମ୍‌ ଅଧୀନରେ ବିଭିନ୍ନ ଜଳଛାୟା ପ୍ରକଳ୍ପର ନବୀକରଣ ନେଇ ସମୀକ୍ଷା ହୋଇଥିଲା । ଏହା ଦ୍ୱାରା ମୃତ୍ତିକା ସଂରକ୍ଷଣ ହେବା ସହ ପରିବେଶ ସୁରକ୍ଷା ଓ ବଜ୍ରପାତ ଭଳି ପ୍ରକୃତିକ ଦୁର୍ବିପାକରୁ ରକ୍ଷା ପାଇହେବ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking