32.1 C
Bhubaneswar
Thursday, March 26, 2026
Homeଓଡିଶାଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ଓ ଓଡ଼ିଶା ଜଳବିଦ୍ୟୁତ ନିଗମ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ଓ ଓଡ଼ିଶା ଜଳବିଦ୍ୟୁତ ନିଗମ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି) ଓ ଓଡ଼ିଶା ଜଳବିଦ୍ୟୁତ ନିଗମ (ଓଏଚପିସି)ର ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ । ପ୍ରକଳ୍ପ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ୀକରଣରେ ଏହି ପ୍ରକଳ୍ପ ପ୍ରମୁଖ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି କହିଛନ୍ତି । ପ୍ରକଳ୍ପ ଗୁଡ଼ିକର ବିଳମ୍ବ କାରଣ ଗୁଡିକୁ ନିଜେ ପ୍ରତ୍ୟକ୍ଷ ରୂପେ ଅନୁଧ୍ୟାନ କରି ଏହାର ସମାଧାନ ନିମନ୍ତେ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ।

ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମର ନୂତନ ପ୍ରକଳ୍ପ ମଧ୍ୟରେ ଦୁଇଗୋଟି ୬୬୦ ମେଗାୱାଟ ବିଶିଷ୍ଟ ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ରହିଛି , ୫୦ ମେଗାୱାଟ ବିଶିଷ୍ଟ ସୌର ପ୍ରକଳ୍ପ ରହିଛି, ଫ୍ଲୁ ଗ୍ୟାସ୍ ଡି-ସଲ୍ଫରାଇଜେସନ କାର୍ଯ୍ୟ ରହିଛି । ଏତଦ ବ୍ୟତୀତ, ଉଡ଼ା ପାଉଁଶର ପରିଚାଳନା, ଅବ୍ୟବହୃତ ଖାଲି ଖଣି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ସେହିଭଳି, ଓଡିଶା ଜଳବିଦ୍ୟୁତ ନିଗମ ଦ୍ୱାରା କଳାହାଣ୍ଡି ଜିଲ୍ଲାରେ ୬୦୦ ମେଗାୱାଟ ବିଶିଷ୍ଟ ଅପର ଇନ୍ଦ୍ରାବତୀ ପମ୍ପଡ଼ ଷ୍ଟୋରେଜ ପ୍ରକଳ୍ପ, କୋରାପୁଟ ଜିଲ୍ଲାର ୬୦୦ ମେଗାୱାଟ ବିଶିଷ୍ଟ ଅପର କୋଲାବ ପମ୍ପଡ଼ ଷ୍ଟୋରେଜ ପ୍ରକଳ୍ପ, ମାଲକାନଗିରିର ୫୦୦ ମେଗାୱାଟ ବିଶିଷ୍ଟ ବାଲିମେଳାରେ ପମ୍ପଡ଼ ଷ୍ଟୋରେଜ ପ୍ରକଳ୍ପ, କନ୍ଧମାଳ ଜିଲ୍ଲାର ୬୩ ମେଗାୱାଟ ବିଶିଷ୍ଟ ଖଡଗ ଜଳବିଦ୍ୟୁତ ପ୍ରକଳ୍ପ ଇତ୍ୟାଦି ରହିଛି । ଏହିସବୁ ପ୍ରକଳ୍ପ ଗୁଡିକର ପର୍ଯ୍ୟାୟକ୍ରମେ ସମୀକ୍ଷା କରିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ । ପ୍ରକଳ୍ପ କାର୍ଯ୍ୟ ନିକଟରେ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିୟୋଜିତ କରି ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ । ବୈଠକରେ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେଦାର ରଞ୍ଜନ ପାଣ୍ଡୁ, ଓଡିଶା ଜଳବିଦ୍ୟୁତ ନିଗମ ନିର୍ଦ୍ଦେଶକ ଶ୍ରୀ ଆଶିଷ କୁମାର ମହାନ୍ତି, ଶ୍ରୀ ପ୍ରଣବ କୁମାର ମହାନ୍ତି, ଶକ୍ତି ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ନିବେଦିତା ମିଶ୍ର, ଶ୍ରୀମତୀ ଲିପ୍ସା ଦାସ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking