31.1 C
Bhubaneswar
Wednesday, March 25, 2026
Homeଓଡିଶାମାଲକାନଗିରି ଧାନ ମଣ୍ଡିକୁ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ

ମାଲକାନଗିରି ଧାନ ମଣ୍ଡିକୁ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି । ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରୁ ୯ ଲକ୍ଷ ୨୪ ହଜାର କୁଇଣ୍ଟାଲ ଧାନ କିଣିବା ଲାଗି ରାଜ୍ୟ ସରକାର ସ୍ଥିର କରିଛନ୍ତି। ହେଲେ ପୂର୍ବପରି ଚାଷୀଙ୍କୁ ଆଉ ଓଦା ଧାନ କହି କଟନି ଛଟନି କରି ପାରିବେ ନାହିଁ ମିଲର। ସେହିପରି ସମସ୍ତ ଧାନ ମଣ୍ଡିରେ ସିସିଟିଭି କ୍ୟାମେରା ଲାଗିବ। ମଣ୍ଡିରେ ଚାଷୀଙ୍କ ସାମନାରେ ମେସିନ ଭିତରେ ଧାନ ଟେଷ୍ଟ କରାଯିବ ଓ ଏହାର ରିପୋର୍ଟ ଉଭୟ ଚାଷୀ ଓ ମିଲ ମାଲିକଙ୍କୁ ଦିଆଯିବା। କୌଣସି ଚାଷୀ ଦଲାଲଙ୍କ ପାଖରେ ଧାନ ବିକ୍ରି ନକରି ମଣ୍ଡିରେ ଧାନ ବିକ୍ରି କରିବା ଲାଗି ଯୋଗାଣ ବିଭାଗର ଅଧିକାରୀଙ୍କୁ ତାଗିତ କରାଯାଇଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଏହା ସହ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଚାଷୀ ମାନେ ଧାନର ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହ ୮୦୦ ଟଙ୍କା ଇନପୁଟ ମିଶାଇ କୁଇଣ୍ଟାଲ ପିଚ୍ଛା ମୋଟ ୩୧୦୦ ଟଙ୍କା ପାଇବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking