ଦେବଗଡ: ଆଜି ୧୨ ଘଣ୍ଟିଆ ଦେବଗଡ ବନ୍ଦ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା କୋଠାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ପ୍ରଦାନ ଦାବିରେ ଜିଲ୍ଲା ମହିଳା ଏକତା ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେଉଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ଓ ଗାଡିମଟର ଚଳାଚଳ ବନ୍ଦ ରହିଛି । ଜରୁରୀ କାଳୀନ ସେବା ବ୍ୟତୀତ ସମସ୍ତ ସେବା ବନ୍ଦ ରହିଛି । ୪୯ ନମ୍ବର ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଅଟକି ରହିଥିଲା ଯାନବାହାନ । ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଜାତୀୟ ରାଜପଥରୁ ଉଟାଇ ନେଇଥିବା ବେଳେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି ।










