23.1 C
Bhubaneswar
Monday, December 29, 2025
Homeଦେଶ ବିଦେଶଘନ କୁହୁଡି: ଘଣ୍ଟା ଘଣ୍ଟା ଟ୍ରେନ ବିଳମ୍ବ, ୨୦ରୁ ଉର୍ଦ୍ଧ୍ୱ ବିମାନ ବାତିଲ

ଘନ କୁହୁଡି: ଘଣ୍ଟା ଘଣ୍ଟା ଟ୍ରେନ ବିଳମ୍ବ, ୨୦ରୁ ଉର୍ଦ୍ଧ୍ୱ ବିମାନ ବାତିଲ

ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡି ବଢିବାରେ ଲାଗିଛି । କମ ଦୃଶ୍ୟମାନ୍ୟତା ଯୋଗୁଁ ବିମାନ ଏବଂ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘନ କୁହୁଡି ଯୋଗୁଁ ତେଜସ ସମେତ ଅନେକ ଟ୍ରେନ ଘଣ୍ଟା ଘଣ୍ଟା ବିଳମ୍ବରେ ଚାଲୁଛି । ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ତିନି ଦିନ ମଧ୍ୟରେ ପ୍ରବଳ ଥଣ୍ଡା ଜାରି ରହିବ । ଅନେକ ଜିଲ୍ଲାରେ ଘନ କୁହୁଡି ରହିବ । ଖରାପ ପାଗ ଯୋଗୁଁ ୧୧୦ରୁ ଅଧିକ ଟ୍ରେନ ବିଳମ୍ବ ହୋଇଛି ଏବଂ ଅନେକ ଟ୍ରେନର ଗତିପଥ ପରିବର୍ତ୍ତନ ଏବଂ ସମୟ ନିର୍ଘଣ୍ଟ ପରିବର୍ତ୍ତନ ରହିଛି । ଏଥି ସହିତ ୨୦ରୁ ଅଧିକ ବିମାନ ମଧ୍ୟ ବାତିଲ କରାଯାଇଛି । ଉତ୍ତରପ୍ରଦେଶର ସ୍କୁଲ ଗୁଡିକରେ ଶୀତକୁ ଦୃଷ୍ଟିରେ ରଖି ୧୫ ଦିନିଆ ଶୀତକାଳିନ ଛୁଟି ପାଇଁ ପ୍ରସ୍ତୁତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking