22.1 C
Bhubaneswar
Friday, December 26, 2025
Homeଓଡିଶାରାଜ୍ୟରେ ଆସନ୍ତା ସପ୍ତାହେ ଯାଏଁ ଘନ କୁହୁଡି ଜାରି

ରାଜ୍ୟରେ ଆସନ୍ତା ସପ୍ତାହେ ଯାଏଁ ଘନ କୁହୁଡି ଜାରି

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ସପ୍ତାହେ ଯାଏଁ ଘନ କୁହୁଡି ଜାରି ରହିବ । ଆଜି ୨୦ ଜିଲ୍ଲାକୁ ପାଣିପାଗ ବିଭାଗ ଏନେଇ ସତର୍କ କରିଛି । ମୟୁରଭଞ୍ଜ, କେନ୍ଦୁଝର, ବାଲଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ, ବଲାଙ୍ଗିର ଗଞ୍ଜାମ ଜିଲ୍ଲାରେ କୁହୁଡି ରହିବ । ୫ଟି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବ । ରେଳ ଯାତ୍ରାରେ ମଧ୍ୟ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଥିଲା । କୁହୁଡ଼ି ଯୋଗୁଁ କେତେକ ଟ୍ରେନ୍ ଚଳାଚଳରେ ସାମାନ୍ୟ ବିଳମ୍ବ ହୋଇଥିଲା ।ଟ୍ୱିନ୍ ସିଟି କଟକ-ଭୁବନେଶ୍ୱର ଓ ପୁରୀରେ ମଧ୍ୟ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ସକାଳୁ ଜାତୀୟ ରାଜପଥରେ ଅନେକ ପର୍ୟ୍ୟଟକ ଗାଡି ଅଟକି ରହିଥିଲା । ଭୁବନେଶ୍ୱର ସହର ଭିତରେ ମଧ୍ୟ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଥିଲା । କୁହୁଡ଼ି ସହ ରାଜ୍ୟରେ ଶୀତର ପ୍ରକୋପ ମଧ୍ୟ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking