24.1 C
Bhubaneswar
Tuesday, February 18, 2025
Homeଦେଶ ବିଦେଶଘନ କୁହୁଡି: ପଛକୁ ପଛ ପିଟିହେଲା ୩୫ ଗାଡ଼ି

ଘନ କୁହୁଡି: ପଛକୁ ପଛ ପିଟିହେଲା ୩୫ ଗାଡ଼ି

ନୂଆଦିଲ୍ଲୀ: ଶୀତ ହ୍ରାସ ପାଇଥିଲେ ହେଁ କୁହୁଡ଼ି କମୁନାହିଁ। ରାତି ଏବଂ ଭୋର ସମୟରେ ଘନ କୁହୁଡ଼ି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ। ଯାହାଫଳରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟୁଛି। ଘନ କୁହୁଡ଼ି ଯୋଗୁ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ବୁଧବାର ସକାଳେ ସିରିଜ ଦୁର୍ଘଟଣା ଘଟିଛି। ଗୋଟିଏ ବସ ଅନ୍ୟ ଏକ ଗାଡ଼ିକୁ ଧକ୍କା ଦେବା ପରେ ପଛକୁ ପଛ ୩୫ରୁ ଅଧିକ ଗାଡ଼ି ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସେହିପରି ବାଘପତ-ଦୁହାଇ ରାସ୍ତାରେ ଅନୁରୂପ ଏକ ଦୁର୍ଘଟଣା ଘଟିଛି। ଘନ କୁହୁଡ଼ି ଯୋଗୁ ୨୦ରୁ ୨୫ ଗାଡ଼ି ଏକକାଳୀନ ପଛକୁ ପଛ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା​‌ ଯୋଗୁ ଉଭୟ ସ୍ଥାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାଘାଟ ଜାମ ରହିଥିଲା। ପୁଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ପରେ ଗାଡ଼ିମୋଟର ଚଳାଚଳ ସ୍ବାଭାବିକ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking