ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ୮୦ଟି ଡେଙ୍ଗୁ ମାମଲା ରହିଛି । ସେମାନଙ୍କ ଅବସ୍ଥା ଭଲ ଅଛି, ରିପୋର୍ଟକୁ ଅପେକ୍ଷା ରହିଛି । ଗୋଟିଏ ଡେଙ୍ଗୁ ମୃତ୍ୟୁ ଅଭିଯୋଗ ଆସିଥିଲା । ତାହା ଡେଙ୍ଗୁଜନିତ ନୁହେଁ । ୭ଟି ଜିଲ୍ଲାକୁ ଭୁବନେଶ୍ୱରରୁ ଟିମ ଯାଇ ସମୀକ୍ଷା କରିବେ । ମାଲକାନଗିରି , କୋରାପୁଟ, ରାୟଗଡା, ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ରାଉରକେଲା ଯିବ ଟିମ ।