ବାଲେଶ୍ୱର : ବାଲେଶ୍ୱରରୁ ଜବର ଦଖଲ ଉଚ୍ଛେଦ ପାଇଁ ବାଲେଶ୍ୱରରେ କର୍ଫ୍ୟୁ । ବାଲେଶ୍ୱରର ଯାଦପୁର ଏବଂ ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବର ଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ଜବରଦଖଲକୁ ଉଚ୍ଛେଦ କରିବାକୁ ପ୍ରଶାସନ ଜରୁରୀ କାଳୀନ କର୍ଫ୍ୟୁ ଜାରି କରିଛି । ଆଜି ଓ କାଲି ଭୋର ୪ଟାରୁ ରାତି ୧୦ ଟା ପଯ୍ୟନ୍ତ ଏହି କଟକଣା ଜାରି ରହିବ । ଅରଡ ବଜାରଠାରୁ ପରିବା ମାର୍କେଟ , ହରିପୁରଠାରୁ ଦର୍ଜି ପୋଖରୀ ଛକ , କଷ୍ମିଳା ପୋଲଠାରୁ ଫୁଲାଡି ଛକ , ନୂଆବଜାର ପରିବା ମାଙ୍ରେଟର ଉଭୟେ ପାଶ୍ୱର୍ ରାସ୍ତାରେ ବିଏନଏନଏସ ର ଧାରା ୧୬୩ ଓ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । କର୍ଫ୍ୟୁ ସମୟରେ ଏକାଧିକ ବ୍ୟକ୍ତି ଏକତ୍ରିତ ହେବା , ସଭା , ଶୋଭାଯାତ୍ରା କରିବାକୁ ବାରଣ କରାଯାଇଛି । ଉଚ୍ଛେଦ ବେଳେ ଆଉନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏଭଳି ପଦକ୍ଷେପ ନିଆ ଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।