26.1 C
Bhubaneswar
Friday, March 20, 2026
Homeଓଡିଶାବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବି: ଅଗଷ୍ଟ ୭ରେ ପୁରୀରେ ବିଜେଡିର ୬ ଘଣ୍ଟିଆ ହରତାଳ

ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବି: ଅଗଷ୍ଟ ୭ରେ ପୁରୀରେ ବିଜେଡିର ୬ ଘଣ୍ଟିଆ ହରତାଳ

– ପୀଡିତା ପରିବାରର ବୟାନ ବଦଳାଇବା ପାଇଁ ଷଡଯନ୍ତ୍ର
– ସନ୍ଦେହ ଘେରରେ ପୋଲିସର ତଦନ୍ତ ପ୍ରକ୍ରିୟା
– ସତ୍ୟର ଉନ୍ମୋଚନ ନହେବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବିଜେଡି

ଭୁବନେଶ୍ୱର: ବଳଙ୍ଗା ପୀଡିତାର ମୃତ୍ୟୁ, ପରବର୍ତ୍ତୀ ଅବସ୍ଥାରେ ପୋଲିସର ବିବୃତ୍ତି ଓ ପୀଡିତା ପରିବାରର ବୟାନ ବଦଳାଇବାକୁ ଚାପ ଘଟଣାକୁ ନେଇ ଆଜି ପୁରୀ ଜିଲ୍ଲା ବିଜୁଜନତା ଦଳ, ସରକାର ଓ ଶାସକ ଦଳର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ କରିଛି। ଆଜି ପୁରୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାସଭାପତି ପୂର୍ବତନ ବିଧାୟକଉମାକାନ୍ତ ସାମନ୍ତରାୟ, ବିଧାୟକତୁଷାରକାନ୍ତିବେହେରା, ସୁନିଲମହାନ୍ତି, ପୂର୍ବତନ ବିଧାୟକରୁଦ୍ର ମହାରଥୀ, ବରିଷ୍ଠନେତାସୁବ୍ରତଛାଟୋଇ, ବିଦ୍ୟାଧର ସ୍ୱାଇଁ ଓ ବୈରାଗୀଜେନା ପ୍ରମୁଖବଳଙ୍ଗା ପୀଡିତାରମୃତ୍ୟୁ ପରବର୍ତ୍ତୀସ୍ଥିତିବିଷୟରେସରକାରଙ୍କୁକାଠଗଡାକୁଟାଣିବାସହ ଆଗାମୀ ଅଗଷ୍ଟ ୭ ତାରିଖ ଦିନ ପୁରୀଜିଲ୍ଲାରେ ୬ଘଣ୍ଟିଆହରତାଳ ପାଇଁ ଆହ୍ୱାନ ଦେଇଛନ୍ତି।ଶ୍ରୀସାମନ୍ତରାୟକହିଥିଲେ ଯେ, ପୀଡିତାରବାରମ୍ବାରବୟାନ ରେକର୍ଡକରିବାବାହାନାରେପୋଲିସବିଜେପି ଦଳରହାତବାରିସିସାଜିତାଙ୍କଗୁପ୍ତ ଏଜେଣ୍ଡାକୁକାର୍ଯ୍ୟକରିଛି।ବାଲେଶ୍ୱରରଏଫ୍‌ଏମ୍‌କଲେଜଘଟଣାଭଳି, ପରିବାରଉପରେଚାପ ପ୍ରୟୋଗକରିବୟାନ ବଦଳାଇବା ପାଇଁବାଧ୍ୟ କରିଛନ୍ତି। ପ୍ରଥମ ଦିନରୁ ପୀଡିତା ଓ ତାଙ୍କମାଆ ନିଜେଘଟଣାସଂପର୍କରେସଂପୂର୍ଣ୍ଣବିବରଣୀ ପ୍ରଦାନ କରିଏତଲା ଦାୟରକରିଥିଲେ।

ପରବର୍ତ୍ତୀ ପରିସ୍ଥିତିରେ ଦୁବୃର୍ତ୍ତମାନଙ୍କୁ ବଞ୍ଚାଇବା ପାଇଁଶାସକବିଜେପି ଦଳରଚାପରେପୋଲିସ ତଦନ୍ତର ମୋଡ ବଦଳାଇଦେଲେ। ଦୁଃଖରବିଷୟ ପୀଡିତାରମୃତ୍ୟୁରକିଛିସମୟ ପରେପୋଲିସମୁଖ୍ୟାଳୟଜରିଆରେସରକାରଯେଉଁଭଳିବିବୃତ୍ତି ପ୍ରଦାନ କଲେତାହା ସ୍ପଷ୍ଟ କରିଛି ଯେ, ସରକାରସତ୍ୟଲୁଚାଇବା ପାଇଁଚାହୁଛନ୍ତି।ଜଗନ୍ନାଥଙ୍କ ମାଟିରେ ନିଶ୍ଚିତ ଭାବେସତ୍ୟରଉନ୍ମୋଚନ ହେବଏବଂବଳଙ୍ଗା ପୀଡିତାଙ୍କୁ ନ୍ୟାୟମିଳିବା ଯାଏଁବିଜୁଜନତା ଦଳ ତାରଲଢେଇଜାରିରଖିବ।ଯେଉଁଭଳିଭାବେଉପମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀଜଣେ ନାବାଳିକାକୁ ନ୍ୟାୟ ଦେବା ପରିବର୍ତ୍ତେପୋଲିସକୁବ୍ୟବହାରକରି ତଦନ୍ତକୁବାଟବଣାକରିସତ୍ୟକୁଲୁଚାଇବା ପାଇଁଚେଷ୍ଟାକରୁଛନ୍ତି, ତା’ର ଆମେ ଦୃଢ ନିନ୍ଦାକରୁଛୁ।ଏହିଘଟଣାଲାଗିଓଡିଶା ଆଜି ସାରା ଦେଶରେ ନିନ୍ଦିତହୋଇଥିବାବେଳେସରକାରଙ୍କ ଆଚରଣ ଓଡିଶାବାସୀଙ୍କୁ କ୍ଷୁବ୍ଧ କରିଛି। ଏହାର ପ୍ରତିବାଦରେ ପୁରୀଜିଲ୍ଲାବାସୀ ଆଗାମୀ ଅଗଷ୍ଟ ୭ ତାରିଖ ଦିନ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣଭାବେହରତାଳ ପାଳନ କରିବା ପାଇଁଜିଲ୍ଲାବିଜୁଜନତା ଦଳ ନିବେଦନ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking