30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶପ୍ରେମିକାକୁ ଯୌତୁକ ଦାବି ପ୍ରେମିକଙ୍କୁ ମହଙ୍ଗା ପଡ଼ିଲା

ପ୍ରେମିକାକୁ ଯୌତୁକ ଦାବି ପ୍ରେମିକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ବିହାରରେ ଜୋରଜବରଦସ୍ତି ଜଣେ ରେଳକର୍ମଚାରୀଙ୍କୁ ବିବାହ କରାଯିବା ଘଟଣା ସାମ୍ନାକୁ ଆସିଛି। ପୀଡିତ ପ୍ରମୋଦ କୁମାର ସାହନି କିଛି ଦିନ ପୂର୍ବରୁ ରେଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଚାକିରି ପାଇଥିଲେ। ସେ ରେଳବାଇରେ ଚାକିରି ପାଇବା ପରେ ଦୁଇବର୍ଷ ଧରି ଭଲପାଇ ଆସୁଥିବା ଯୁବତୀ ରୋସନି କୁମାରୀଙ୍କୁ ଭୁଲି ଯାଇଥିଲେ। ପ୍ରମୋଦ କୁମାର ରୋସନିଙ୍କ ସହିତ ଆଉ କେ?ଣସି ପ୍ରକାର ଯୋଗଯୋଗ ରଖି ନଥିଲେ। ଯୁବତୀ ଜଣକ ଏହି ଘଟଣା ବିଷୟରେ ନିଜର ପରିବାରଲୋକଙ୍କୁ ଜଣାଇଥିଲେ। ପରିବାରଲୋକ ଯୋଜନା କରି ପ୍ରମୋଦଙ୍କୁ ଘରକୁ ଡାକିଥିଲେ। ଏହାପରେ ତାଙ୍କୁ ଧରି ବିଦ୍ୟାପତିଧାମ ମନ୍ଦିରକୁ ନେଇ ଜୋରଜବରଦସ୍ତ ଝିଅ ସହିତ ବିବାହ ଦେଇଥିଲେ ପ୍ରକ୍ଷମୋଦ ପ୍ରେମିକାଙ୍କ ଘରଲୋକ। ଏହି ଘଟଣାକୁ ନେଇ ରୋସନି କହିଛନ୍ତି, “ଆମେ ଦୁଇ ବର୍ଷ ହେବ ପରସ୍ପରକୁ ଭଲ ପାଇ ଆସିଥିଲୁ। ପ୍ରମୋଦ ବି ମୋତେ ଖୁବ ଭଲ ପାଉଥିଲେ। ନିକଟରେ ତାଙ୍କର ରେଳବାଇରେ ଚାକିରି ହୋଇଯାଇଥିଲା। ଏହାପରେ ହଠାତ ତାଙ୍କ ସ୍ୱଭାବ ବଦଳି ଯାଇଥିଲା।

ସେ ମୋ ସହିତ ଆଉ ଯୋଗଯୋଗ ରଖି ନଥିଲେ। ମୁଁ ଫୋନ କଲେ ବି ବ୍ୟସ୍ତ ଅଛି କହି କାଟି ଦେଇଥିଲେ। ବିବାହ କଥା କହିବାରୁ ସେ ୧୦ଲକ୍ଷ ଟଙ୍କା ଦାବି କରିଥିଲେ। ମୁଁ ୧୦ଲକ୍ଷ ଟଙ୍କା ଯୌତୁକ ଆଣିଲେ ଯାଇ ସେ ମୋତେ ବିବାହ କରିବେ ବୋଲି କହିଥିଲେ। ଏ ଘଟଣା ପରିବାରଲୋକଙ୍କୁ ଜଣାଇବା ପରେ ସେମାନେ ପ୍ରକ୍ଷମୋଦକୁ ଡକାଇ ମନ୍ଦିରକୁ ନେଇ ମୋର ବିବାହ କରାଇଛନ୍ତି।’ ଏହି ଘଟଣାରେ ପ୍ରମୋଦ ନିରାଶ ହୋଇ କହିଛନ୍ତି, ‘ହଁ ମାନୁଛି ମୁଁ ରୋସନି ସହିତ କଥା ହେଉଥିଲି। କିନ୍ତୁ ତା’ ମୋ ଭିତରେ କୌଣସି ପ୍ରକାର ପ୍ରେମ ସମ୍ପର୍କ ନଥିଲା। ଦେଖାସାକ୍ଷାତ ବି ହୁଏ ନାହିଁ। କେବଳ ଫୋନରେ ଯାହା କଥା ହେଉଥିଲୁ। ମୋର ରେଳବାଇରେ ଚାକିରି ହୋଇଯିବା ପରେ ସେ ମୋ ଉପରେ ବିବାହ ଚାପ ପକାଇଥିଲା। ମୁଁ ମନା କରିବାରୁ ମିଛସତ କହି ତାର ପରିବାରଲୋକଙ୍କୁ ଉସୁକାଇ ମୋ ସହିତ ବିବାହ କରିଛି। ଏ ସମ୍ପର୍କ ଆଗକୁ କ’ଣ ହେବ ମୁଁ ଜାଣିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking