24.1 C
Bhubaneswar
Monday, February 9, 2026
Homeଓଡିଶାଅସଂଗଠିତ ଶ୍ରମିକ, ପ୍ରବାସୀ ଶ୍ରମିକ, ଜଙ୍ଗଲ ଶ୍ରମିକ, ଉଠା ଦୋକାନୀ ତଥା ମହିଳା ଶ୍ରମିକ ପ୍ରଶିକ୍ଷଣ...

ଅସଂଗଠିତ ଶ୍ରମିକ, ପ୍ରବାସୀ ଶ୍ରମିକ, ଜଙ୍ଗଲ ଶ୍ରମିକ, ଉଠା ଦୋକାନୀ ତଥା ମହିଳା ଶ୍ରମିକ ପ୍ରଶିକ୍ଷଣ ପାଇଁ ବଜେଟରେ ଅଧିକ ଅନୁଦାନ ଦାବି

ଭୁବନେଶ୍ୱର:  ଓଡ଼ିଶା ରାଜ୍ୟରେ ଥିବା ଦେଢ଼ କୋଟିରୁ ଥିବା ଅଧିକ ଅସଂଗଠିତ ଶ୍ରମିକ ମାନଙ୍କର କଲ୍ୟାଣ ବୋର୍ଡ ପାଇଁ ଏକ ହଜାର କୋଟି ଟଙ୍କା, ପ୍ରବାସୀ ଶ୍ରମିକ କଲ୍ୟାଣ ବୋର୍ଡ ପାଇଁ ୫୦୦ କୋଟି ଟଙ୍କା, ଶ୍ରମିକଙ୍କୁ ଗ୍ରୀଷ୍ମ ପ୍ରବାହ ରକ୍ଷା ପାଇଁ ୫୦୦ କୋଟି ଟଙ୍କା, ଜୀବନ ଜୀବିକା ପାଇଁ ଲଘବନଜାତ ସାମଗ୍ରୀ ଉପରେ ନିର୍ଭର କରୁଥିବା ଆଦିବାସୀମାନଙ୍କ ପାଇଁ ଅନ୍ୟୁନ୍ୟ ୧ ହଜାର କୋଟି ଟଙ୍କା, ଉଠାଦୋକାନିମାନଙ୍କର କଲ୍ୟାଣ ଓ ସୁରକ୍ଷା ପାଇଁ ବଜେଟରେ ଅର୍ଥ, ଅଣକୁଶଳୀ ଶ୍ରମିକ ମାନଙ୍କର ଦକ୍ଷତା ବୃଦ୍ଧିପାଇଁ ୧ ହଜାର କୋଟି ଟଙ୍କା, ମହିଳା ଶ୍ରମିକ ମାନଙ୍କର ଦକ୍ଷତା ପାଇଁ ବିଶେଷ ବ୍ୟବସ୍ଥା, ଅଧିକ ରୋଜଗାର ସୃଷ୍ଟି କରିବା ପାଇଁ ବନ୍ଦ ଥବା ସୂତା କଳଗୁଡିକୁ କାର୍ଯ୍ୟକାରୀ କରିବା, କୁକୁଡା, ମାଛ, ଆମ୍ବ, କଦଳୀ, ଆଳୁ, ପିଆଜ ଚାଷ ପାଇଁ ଅଧିକ ସହାୟକ ବ୍ୟବସ୍ଥା ।

ରାଜ୍ୟରେ ପ୍ରଥମ ଶ୍ରେଣୀ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବେସରକାରୀ ଶିକ୍ଷାନୁଷ୍ଠାନ ସହିତ ସମକକ୍ଷ ହେବା ପାଇଁ ଭିତିଭୂମି, ଉଚ୍ଚ ପ୍ରଶିକ୍ଷିତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପାଇଁ ବଜେଟରେ ବ୍ୟବସ୍ଥା ଏବଂ ଅଧିକାଂଶ ରାଜ୍ୟରେ ୨୦୦-୩୦୦ ୟୁନିଟ୍ ବିଜୁଳି ଛାଡ ହୋଇଥିଳାବେଳେ ୩୦୦ ୟୁନିଟ୍ ବିଜୁଳି ବ୍ୟବସ୍ଥା ଛାଡ କରିବା ପାଇଁ ଓ ଚାଷିମାନଙ୍କୁ ମାଗଣା ବିଜୁଳି ଦେବା ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା ଏବଂ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାରେ କୌଣସି ବାର୍ଷିକ ଆୟସୀମା ନ ଖି ସମସ୍ତ ନାଗରିକଙ୍କୁ ଉକ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପଲବ୍ଧ କରିବା ଏବଂ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା ଏକ୍ସରେ ଅଲଟ୍ରାସାଉଣ୍ଡ, ଡାକ୍ତର ଓ କର୍ମଚାରୀ ନିଯୁକ୍ତି କରିବା ପାଇଁ ବଜେଟରେ ଅଧିକ ଅର୍ଥ ବ୍ୟବସ୍ଥା କରିବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାତି ତଥା ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଂଟିଆ, ପ୍ରାକ୍ତନ ସାଂସଦ ଙ୍କ ତରଫରୁ ଦାବି କରି ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ମୁଖ୍ୟ ଶାସନ ସଚୀବ ଶ୍ରୀମତୀ ଅନୁ ଗର୍ଗଙ୍କୁ ପତ୍ର ଲେଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking