14.1 C
Bhubaneswar
Saturday, December 27, 2025
Homeଓଡିଶାଭରତପୁର ଥାନା ଅଧିକାରୀମାନଙ୍କୁ ତୁରନ୍ତ ଗିରଫ କରାଯାଉ

ଭରତପୁର ଥାନା ଅଧିକାରୀମାନଙ୍କୁ ତୁରନ୍ତ ଗିରଫ କରାଯାଉ

ଭୁବନେଶ୍ୱର, : ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି, ଓଡିଶା ରାଜ୍ୟ କମିଟି ପକ୍ଷରୁ ତାପସୀ ପ୍ରହରାଜ, କବିତା ନାଏକ, ନୟନା ନାୟକ, ଅଞ୍ଜଳୀ ରାଉତ ସମେତ ଏକ ଚାରିଜଣିଆ ପ୍ରତିନିଧିଦଳ ଆଜି ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲକୁ ଯାଇ ଭରତପୁର ଥାନା ମଧ୍ୟରେ ନିର୍ଯ୍ୟାତିତ ମହିଳାଙ୍କୁ ସାକ୍ଷାତ କରିଥିଲେ । ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ, ହୃଦୟ ବିଦାରକ ଓ ଲଜ୍ଜାଜନକ । ମହିଳା ଜଣକ ଉଚ୍ଚଶିକ୍ଷିତ, ଉଦ୍ୟୋଗପତି ଓ ଆଇନଜୀବି ମଧ୍ୟ । ଘଟଣାର ବିବରଣୀରୁ ପ୍ରକାଶ ଗତ ୧୫/୯/୨୦୨୪ ରାତି ୧୨.୩୦ସମୟରେ ତାଙ୍କ ପୁରୁଷ ବନ୍ଧୁ ସହିତ ଗାଡିରେ ଘରକୁ ଫେରିବା ବେଳେ କିଛି ଦୁର୍ବୁତ୍ତ ସେମାନଙ୍କର ପିଛା କରି ତାଙ୍କୁ ଅଟକାଇବା ସହିତ ଗାଳିଗୁଲଜ କରିଥିଲେ । କୌଣସି ପ୍ରକାରେ ପଳେଇ ଆସି ସେମାନେ ଭରତପୁର ଥାନାକୁ ଯାଇ ଏଫ୍‌.ଆଇ.ଆର. ଦାଖଲ କରିବା ପାଇଁ । ଭରତପୁର ଥାନା ରାଜ୍ୟର ଏକ ଅତ୍ୟାଧୁନିକ, ସ୍ମାର୍ଟ ଥାନା ହେଲେ ମଧ୍ୟ ସେଠାରେ ଜଣେ ମାତ୍ର ନାଇଟି ପିନ୍ଧା ମହିଳା ଅଧିକାରୀ ଡ୍ୟୁଟିରେ ଥିଲେ । ଅଧିକାରୀ ଜଣକ ରିପୋର୍ଟ ଲେଖିବା ପରିବର୍ତ୍ତେ ହିନ୍ଦି, ଇଂରାଜୀ ନକହି ଓଡିଆ କହିବା ପାଇଁ ତାଗିଦ କରିବା ସହିତ ତାଚ୍ଛିଲ୍ୟ କରିଥିଲେ । ଏଥିରୁ ଯୁକ୍ତିତର୍କ ହୁଏ । ଏହାପରେ ଅନ୍ୟ ପୋଲିସ ଅଧିକାରୀ ପହଞ୍ôଚବା ପରେ ପୋଲିସ ତାଙ୍କର କ୍ଷମତା ପ୍ରୟୋଗ କରିବା ଆରମ୍ଭ କରିଥିଲେ । ଉଭୟଙ୍କୁ ଅଲଗା ଅଲଗା ଘରେ ବନ୍ଦ କରିବା ସହିତ ଉଭୟଙ୍କୁ ମାଡ ମାରିବା, ମହିଳା ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବା ଏବଂ ଥାନା ଅଧିକାରୀଙ୍କ ଦ୍ୱାରା ଯୌନ ନିର୍ଯାତନା ଦିଆଯାଇଛି ବୋଲି ମହିଳା ଜଣକ ପ୍ରତିନିଧି ଦଳଙ୍କ ପାଖରେ ଅଭିଯୋଗ କରିଛନ୍ତି । ନ୍ୟାୟ ପାଇଁ ଥାନାକୁ ଯାଇଥିବା ଦୁଇଜଣଙ୍କୁ ପୋଲିସ ଥାନାରେ ଦିନ ତମାମ ଅଟକ ରଖି ରାତି ୧୧ଟା ବେଳେ କୋର୍ଟରେ ହାଜର କରିଛନ୍ତି । କୌଣସି ମହିଳାଙ୍କୁ ସନ୍ଧ୍ୟା ୬ଟା ଠାରୁ ସକାଳ ୬ଟା ଯାଏ ଥାନାରେ ଅଟକ ରଖାଯାଇ ପାରିବନାହିଁ ବୋଲି ସୁପ୍ରିମକୋର୍ଟର ନିର୍ଦ୍ଦେଶିକା ରହିଥିଲେ ମଧ୍ୟ ତାହାକୁ ଉଲ୍ଲଂଘନ କରାଯାଇଛି । ଏହି ସାମଗ୍ରିକ ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ସଂଗଠନ ତରଫରୁ ନିମ୍ନ ଲିଖିତ ଦାବୀ ସମୁହ ଉପସ୍ଥାପନ କରାଯାଉଛି ।
(୧) ମହିଳା ଓ ତାଙ୍କ ବନ୍ଧୁଙ୍କୁ ମାଡ ମାରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଧାରା ଲଗାଇବା ସହିତ ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ।
(୨) ମହିଳାଜଣଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ପୋଲିସ ବିରୋଧରେ ଉପଯୁକ୍ତ ଧାରା ଲଗାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
(୩) ବେଆଇନ ଭାବରେ ରାତିରେ ମହିଳାଙ୍କୁ ଅଟକ ରଖିଥିବା ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
(୪) ମହିଳା ଜଣକ ନିଜ ଜୀବନକୁ ନେଇ ଭୟଭୀତ ଓ ଅସୁରକ୍ଷିତ ଥିବାରୁ ତାଙ୍କୁ ସୁରକ୍ଷା ପ୍ରଦାନ କରାଯାଉ ।
ଦେଶକୁ ସୁରକ୍ଷା ଯୋଗାଉଥିବା ପରିବାରକୁ ତୁରନ୍ତ ନ୍ୟାୟ ଓ ଓଡିଶାବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ଗଣତାନ୍ତ୍ରିକ ମହିଳା ସମିତି ଦାବୀ କରୁଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking