33.1 C
Bhubaneswar
Friday, March 27, 2026
Homeଓଡିଶାମେଘନାଦ ପ୍ରାଚୀରର ତୁରନ୍ତ ମରାମତି ପାଇଁ ଏଏସଆଇକୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ

ମେଘନାଦ ପ୍ରାଚୀରର ତୁରନ୍ତ ମରାମତି ପାଇଁ ଏଏସଆଇକୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିର ମେଘନାଦ ପ୍ରାଚୀରର ତୁରନ୍ତ ସ୍ଥାୟୀ ମରାମତି ଏବଂ ପୁନରୁଦ୍ଧାର କରିବାକୁ ଏଏସଆଇକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l ଏଥି ସହ ପ୍ରାଚୀରର ଏକ ସାମଗ୍ରିକ ବୈଜ୍ଞାନିକ ସର୍ଭେ କରିବାକୁ ମଧ୍ୟ ଏଏସଆଇ ଅଧୀକ୍ଷକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ l ମେଘନାଦ ପ୍ରାଚୀରରେ କେତେକ ଫାଟ ହୋଇଥିବା ନଜରକୁ ଆସିଛି l ଶ୍ରୀମନ୍ଦିର ପ୍ରଶାସନର ନିର୍ମାଣ ବିଭାଗ ପକ୍ଷରୁ ପ୍ରାଥମିକ ଶିଉଳୀ ଛଡା କାମ ସହ ପାଣି ଝରିବା ରୋକିବାକୁ ପଦକ୍ଷେପ ନିଆଯାଇଛି l ଆନନ୍ଦ ବଜାରର ଡ୍ରେନେଜ୍ ବ୍ୟବସ୍ଥା ସୁଧାରିବା ପାଇଁ ଇତିମଧ୍ଯରେ ଟେଣ୍ଡର୍ ପ୍ରକିୟା ମଧ୍ୟ ହୋଇଛି।

ତେବେ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପ୍ରାଚୀର ମରାମତି ତଥା ପୁନରୁଦ୍ଧାର କାର୍ଯ୍ୟ ଅତି ଶୀଘ୍ର ହାତକୁ ନେବାକୁ ଏଏସଆଇକୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ l ଏହି କାର୍ଯ୍ଯରେ ଶ୍ରୀମନ୍ଦିର ପ୍ରଶାସନ ଏଏସଆଇକୁ ପୂର୍ଣ୍ଣ ସହଯୋଗ ଯୋଗାଇଦେବାର ପ୍ରତିଶୃତି ମଧ୍ଯ ଦେଇଛନ୍ତି। ସଙ୍କଟରେ ମରହଟ୍ଟା ଶାସନ ଅମଳର ଐତିହ୍ୟ ମେଘନାଦ ପାଚେରୀ।ଦେଢ ବର୍ଷ ତଳୁ ସୃଷ୍ଟ ଫାଟ, ଧୀରେ ଧୀରେ ଏକରୁ ଏକାଧିକ ସ୍ଥାନକୁ ବ୍ୟାପିଲାଣି ଶିଉଳୀ। ତେବେ ଏହାକୁ ଅଣଦେଖା କରି ଆସିଛି ଶ୍ରୀମନ୍ଦିର ପ୍ରଶାସନ ,ଆନନ୍ଦ ବଜାର ଡ୍ରେନେଜ୍ ରେ ସୁଧାର ପାଇଁ ଅବଗତ କରାଇ ଆସିଛି ଏ ଏସ ଆଇ। ଏବେ ଯୁଦ୍ଧକାଳୀନ ଭିତ୍ତିରେ ଡ୍ୟାମେଜ କଣ୍ଟ୍ରୋଲ ଦିଗରେ ଅଣ୍ଟା ଭିଡିଲା ଶ୍ରୀମନ୍ଦିର ପ୍ରଶାସନ। ପ୍ରାରମ୍ଭିକ ପର୍ଯ୍ୟାୟରେ ଯୁଦ୍ଧକାଳୀନ ଭିତ୍ତିରେ ଏ ଏସ ଆଇ ସହ ସହଯୋଗ ରକ୍ଷା କରି ଶ୍ରୀମନ୍ଦିର ପ୍ରଶାସନର ୱାର୍କ୍ସ୍ ଡିପାର୍ଟମେଣ୍ଟ ବାଉଁଶ ଭାରା ବାନ୍ଧି କାର୍ଯ୍ୟ ଆରମ୍ଭ କରିଛି। ତ୍ୱରିତ ପଦକ୍ଷେପ ନେଇ ଲାଗିଥିବା ଶିଉଳି ଗୁଡ଼ିକ ସଫା କରିବା ସହ ଏ ଏସ ଆଇ ର ପ୍ରାରମ୍ଭିକ ପ୍ରକ୍ରିୟା ଅନୁଯାୟୀ ଯଏଣ୍ଟ ସିଲିଂ କାମ କରାଯାଉଅଛି। ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଆନନ୍ଦ ବଜାର ଡ୍ରେନେଜ କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ସଫା କରାଯିବ। ତେବେ ଅତୀତର ଭୂଲ ଯୋଗୁଁ ଏଭଳି ଘଟିଥିବା ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଥିବା ବେଳେ ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ଓ ଖନନ ସମୟରେ ବ୍ୟବହୃତ ମେସିନ ପ୍ରଭାବରୁ ମେଘନାଦ ପାଚେରୀ ରେ ପ୍ରଭାବ ପଡ଼ିଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ,ସେବାୟତ ଓ ସାଧାରଣ ଲୋକେ।

ସେପଟେ ମୂଳ ସରଞ୍ଚନା ସ୍ଥିରତା ରହିଥିବା ଏ ଏସ ଆଇ ଆସିଷ୍ଟାଣ୍ଟ କଞ୍ଜର୍ଭେଟର ଜ୍ୟୋତି ରଞ୍ଜନ ପ୍ରଧାନ ପ୍ରକାଶ କରିଥିଲେ। ସ୍ଥାୟୀ ସମାଧାନ ପାଇଁ କିନ୍ତୁ ଆନନ୍ଦ ବଜାରରେ ଡ୍ରେନେଜ ସିଷ୍ଟମ ରେ ସୁଧାର ଆଣିବାର ଆବଶ୍ୟକତା ରହିଛି। ଆନନ୍ଦ ବଜାରରେ ଗହଳି ହେଲେ ପାଣି ବ୍ୟବହାର ବଢିବା ସହ ନିଷ୍କାସନ ସଠିକ୍ ଭାବରେ ହୋଇ ପାରୁନଥିବାରୁ ଏହା କାନ୍ଥ ରେ ସୋକ୍ କରୁଛି। ଡ୍ରେନେଜ ରେ ସୁଧାର ଆସିବା ପରେ ବୈଷୟିକ ଯାଞ୍ଚ ସହ କେମିକାଲ ୱାସିଂ କରାଯିବ ବୋଲି ସେ କହିଥିଲେ। ଅନ୍ୟପଟରେ ଡ୍ରେନେଜ ର ସ୍ଥାୟୀ ସମାଧାନ ପାଇଁ ଅତୀତରେ ହୋଇଥିବା ସିମେଣ୍ଟ ଡ୍ରେନେଜ କୁ ପରିବର୍ତ୍ତନ କରି ପିଭିସି କିମ୍ବା କଂକ୍ରିଟ ର ଡ୍ରେନେଜ ସିଷ୍ଟମ କରିବାକୁ ଦାବି ହୋଇଛି। ଯାହା ଉପରେ ଧ୍ୟାନ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ଶ୍ରୀମନ୍ଦିର ଟେକ୍ନିକାଲ ଟିମ୍ ଯାଞ୍ଚ କରିବା ସହ ଏହା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛି। ତେବେ ଗୋଟିଏ ପଟରେ ମେଘନାଦ ପ୍ରାଚୀର ର ସ୍ଥାୟୀତ୍ବ ପାଇଁ ତୁରନ୍ତ ମରାମତି ଦାବି ହୋଇଥିବା ବେଳେ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କାମ କୁ ସବୁ ଦିଗରୁ ସ୍ଵାଗତ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking