26.1 C
Bhubaneswar
Monday, March 31, 2025
Homeଖେଳରୋମାଞ୍ଚକର ମ୍ୟାଚରେ ଲକ୍ଷ୍ନୌକୁ ହରାଇଲା ଦିଲ୍ଲୀ

ରୋମାଞ୍ଚକର ମ୍ୟାଚରେ ଲକ୍ଷ୍ନୌକୁ ହରାଇଲା ଦିଲ୍ଲୀ

ବିଶାଖାପାଟଣା : ବିଶାଖାପାଟଣାରେ ଆଜି ଆଇପିଏଲର ରୋମାଞ୍ଚ ଦେଖିବାକୁ ମିଳିଛି । ଗୋଟିଏ ସମୟରେ ୬୫ ରନରେ ୫ ୱିକେଟ ହରାଇ ସଂକଟରେ ପଡ଼ିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆଶୁତୋଶ ଶର୍ମାଙ୍କ ଦମଦାର ଇନିଂସ ବଳରେ ଅସମ୍ଭବକୁ ସମ୍ଭବ କରିବା ସହ ଲକ୍ଷ୍ନୌକୁ ୧ ୱିକେଟରେ ହରାଇଦେଇଛି । ୨୧୦ ରନର ଲକ୍ଷ୍ୟକୁ ଦିଲ୍ଲୀ ଶେଷ ଓଭରରେ ୯ ୱିକେଟ ହରାଇ ୨୧୧ କରି ହାସଲ କରିନେଇଥିଲା । ଆଶୁତୋଷ ଶର୍ମା ୬୬ ରନ କରିଥିବାବେଳେ ବିପ୍ରଜ ନିଗମ ୩୯ ରନ ଓ ଟ୍ରିଷ୍ଟାନ ଷ୍ଟବସ ୩୪ ରନ କରିଥିଲେ ।

ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ପକ୍ଷରୁ ଏଇଡେନ ମାର୍କରାମ ଓ ମିଚେଲ ମାର୍ସ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ ବି ମାର୍କରାମ ୧୫ ରନ କରି ଆଉଟ ହୋଇଥିଲେ । ତେବେ ମାର୍ସ ଓ ନିକୋଲାସ ପୁରନ ଆକ୍ରାମକ ବ୍ୟାଟିଂ କରି ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ମାର୍ସ ମାତ୍ର ୩୬ ବଲରେ ୭୨ ରନ କରିଥିବାବେଳେ ପୁରନ ମାତ୍ର ୩୦ ବଲରେ ୭୫ ରନ କରିଥିଲେ । ଡେଭିଡ ମିଲର ୨୭ ରନ କରିଥିଲେ । ମାତ୍ର ଅଧିନାୟକ ଋଷଭ ପନ୍ତ ଖାତା ଖୋଲିପାରିନଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୨୦୯ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ୱିକେଟ ନେଇଥିବାବେଳେ କୁଳଦୀପ ଯାଦବ ୨ଟି ୱିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking