ନୂଆଦିଲ୍ଲୀ: ୧୫ ମିନିଟ ପାଇଁ ଅନ୍ଧାର ହେବ ଦିଲ୍ଲୀ । ରାତି ୮ଟାରୁ ୮.୧୫ ଯାଏଁ ଅନ୍ଧାର ହେବ । ମକଡ୍ରିଲ ପାଇଁ ଅନ୍ଧାର ହୋଇଯିବ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ । ଜରୁରୀ କାଳିନ ପରିସ୍ଥିତିର ମୁକାବିଲା ପାଇଁ ହେବ ମକଡ୍ରିଲ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି । ସେପଟେ ୧୮ ଏୟାର ପୋର୍ଟ ବନ୍ଦ କରିଛି ଭାରତ । ଅପରେସନ ସିନ୍ଦୁର ପରେ ଭାରତର ବଡ ଘୋଷଣା । ୨୦୦ ବିମାନ ଉଡାଣ ବାତିଲ ହୋଇଛି । ଅନ୍ୟପଟେ ଫାୟାରିଂରେ ୧୩ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା । ୧୩ ଜଣଙ୍କରୁ ୧୨ ଜଣଙ୍କ ପରିଚୟ ମିଳିଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି । ଜଣେ ମୃତକଙ୍କ ପରିଚୟ ମିଳିନାହିଁ ।