28.1 C
Bhubaneswar
Saturday, February 21, 2026
Homeଦେଶ ବିଦେଶଆତଙ୍କବାଦୀଙ୍କ ନିଶାନାରେ ଦିଲ୍ଲୀ!

ଆତଙ୍କବାଦୀଙ୍କ ନିଶାନାରେ ଦିଲ୍ଲୀ!

ନୂଆଦିଲ୍ଲୀ: ଦିଲ୍ଲୀରେ ଜାରି ହେଲା ହାଇ ଆଲର୍ଟ । ଲାଲକିଲ୍ଲା ପାଖରେ ବିସ୍ଫୋରଣ ଯୋଜନା ନେଇ ଗୁଇନ୍ଦା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ଆତଙ୍କବାଦୀଙ୍କ ନିଶାନାରେ ଦିଲ୍ଲୀ ରହିଛି । ଲସ୍କର- ଏ -ତୈବା ଆତଙ୍କବାଦ ଆତଙ୍କୀ ବଡ ଯୋଜନା କରୁଥିବା ସୂଚନା ମିଳିଛି । ଚାନ୍ଦିନୀ ଚୌକ ନିକଟ ଏକ ମନ୍ଦିରକୁ ମଧ୍ୟ ନିଶାନା କରୁଥିବା ସୂଚନା ରହିଛି ।ଫେବୃଆରୀ ୬ ତାରିଖରେ ଘଟିଥିବା ପାକିସ୍ତାନ- ଇସଲାମବାଦ ମସଜିଦ ବିସ୍ଫୋରଣ ଘଟଣାର ବଦଲା ନେବା ପାଇଁ ଏହି ଯୋଜନା ରହିଛି । ଜାତୀୟ ରାଜଧାନୀରେ ପ୍ରମୁଖ ଧାର୍ମିକ ସ୍ଥଳ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନଗୁଡିକ ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଶେଷକରି ପ୍ରମୁଖ ମନ୍ଦିର ଏବଂ ଜନଗହଳିପୂର୍ଣ୍ଣ ବଜାର ଗୁଡିକ ନିକଟରେ କଡା ନଜର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking