ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ଟ୍ରାଭେଲ ଆଡଭାଇଜରି ଜାରି କଲା ପୋଲିସ । ବିମାନ ଉଡାଣ ୩ ଘଣ୍ଟା ପୂର୍ବରୁ ଏୟାରପୋର୍ଟରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । ଟ୍ରେନ ସମୟରେ ୧ ଘଣ୍ଟା ପୂର୍ବରୁ ରେଲୱେ ଷ୍ଟେସନରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଟ୍ରୋ ଟ୍ରେନ ଯାତ୍ରୀଙ୍କୁ ୨୦ ମିନିଟ ପୂର୍ବରୁ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ ଘଟଣାରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଚାରିଆଡେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଥିସହିତ ଏନଆଇଏ ଟିମ ସିସିଟିଭି ଫୁଟେଜ ଦେଖି ଖୋଳତାଡ ଆରମ୍ଭ କରିଛନ୍ତି ।










