ନୂଆଦିଲ୍ଲୀ: ଲଗାଣ ବର୍ଷାରେ ବେହାର ରାଜଧାନୀ ଦିଲ୍ଲୀ । ଗତକାଲି ରାତିରୁ ଦିଲ୍ଲୀ ଏବଂ ଏନସିଆର ସମେତ ଅଧିକାଂଶ ସ୍ଥାନରେ ଲାଗି ରହିଛି ବର୍ଷା । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା ବିପଯ୍ୟସ୍ଥ ହୋଇପଡିଛି । ଗମନା ଗମନ ପାଇଁ ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡୁଛି । ଗତକିଛି ଦିନ ହେଲା ଦିଲ୍ଲୀରେ ବର୍ଷା ହୋଇନଥିଲା । ଗତକାଲି ରାତିରେ ହାଲୁକା ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳେ ପ୍ରବଳ ବର୍ଷା ହୋଇଛି ।










