26.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଦିଲ୍ଲୀ ବିସ୍ଫୋରଣ: ଏନଆଇଏର ଖୋଳତାଡ

ଦିଲ୍ଲୀ ବିସ୍ଫୋରଣ: ଏନଆଇଏର ଖୋଳତାଡ

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣସ୍ଥଳରେ ଏନଆଇଏର ଛାନ୍‌ଭିନ୍ ଚାଲିଛିା ଛାନ୍ ଭିନ୍ ପାଇଁ ଏନଆଇଏର ୧୦ ଜଣିଆ ଟିମ୍ ଗଠନ କରାଯାଇଛି । ଆତଙ୍କୀ ସଂଗଠନରେ ସମ୍ପୃକ୍ତି ନେଇ ଏନଆଇଏ ଖୋଳତାଡ କରୁଛି । ଏନେଇ ଆଜି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସୂତ୍ର ଅନୁଯାୟୀ, ଏଜେନ୍ସିଗୁଡ଼ିକ ବିଭିନ୍ନ ଉତ୍ସରୁ ୨୯୦୦ କିଲୋଗ୍ରାମ ବିସ୍ଫୋରକ ଜବତ କରିଛନ୍ତି, କିନ୍ତୁ ୩୦୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଏବେ ବି ବିଭିନ୍ନ ସ୍ଥାନରେ ଲୁଚି ରହିଛି (ଅର୍ଥାତ୍ ବିପଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଳି ନାହିଁ)।

ଦେଶର ଅନେକ ସ୍ଥାନରେ କରାଯାଉଥିବା ଚଢାଉରେ ଏହା ମଧ୍ୟ ଏକ ପ୍ରମୁଖ ଏଜେଣ୍ଡା। ଏହି ବିସ୍ଫୋରକଗୁଡ଼ିକ ବାଂଲାଦେଶ, ନେପାଳ ଏବଂ ତା’ପରେ ଭାରତ ଦେଇ ଗିରଫ ଆତଙ୍କବାଦୀଙ୍କ ପାଖରେ ପହଞ୍ଚିଥିଲା। ଉକ୍ତ ଆମୋନିୟମ୍ ନାଇଟ୍ରେଟ୍ ଏକ ସାର କମ୍ପାନୀରୁ ବେଆଇନ ଭାବରେ ପ୍ରାପ୍ତ ହୋଇଥିଲା। ଆତଙ୍କବାଦୀମାନେ ମୋଟ ୩୨୦୦ କିଲୋଗ୍ରାମର ଏକ ସାମଗ୍ରୀ ଭାରତକୁ ଆଣିଛନ୍ତି । ସେଥି ପାଇଁ ଏଜେନ୍ସିଗୁଡ଼ିକ ଏହି ସମ୍ପୂର୍ଣ୍ଣ ମାର୍ଗକୁ ସତର୍କ କରାଇ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking