30.6 C
Bhubaneswar
Wednesday, May 14, 2025
Homeଦିଲ୍ଲୀ ନିର୍ବାଚନ 2025-26ଦିଲ୍ଲୀ ବିଧାନସଭା ନିର୍ବାଚନ : ବିଜେପି - ଆପ ମୁହାଁମୁହିଁ

ଦିଲ୍ଲୀ ବିଧାନସଭା ନିର୍ବାଚନ : ବିଜେପି – ଆପ ମୁହାଁମୁହିଁ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ସନ୍ଧ୍ୟା ୫ଟାରେ ସରିଯିବ ନିର୍ବାଚନ ପ୍ରଚାର । ଏହାପରେ ଫେବ୍ରୁଆରି ୫ ତାରିଖରେ ଦେଢକୋଟିରୁ ଅଧିକ ଭୋଟର ଭୋଟ ଦେଇ ବାଛିବେ ନେତା ଓ ସରକାର । ପ୍ରଚାରରେ ଶେଷ ଦିନ ହୋଇଥିବାରୁ ସବୁ ରାଜନୈତିକ ଦଳ ନିଜର ହଭିୱେଟ ନେତାଙ୍କୁ ମୈଦାନକୁ ଓହ୍ଲାଇ ଜୋରସୋରରେ ପ୍ରଚାର  କରୁଛନ୍ତି । କେଜ୍ରିୱାଲଙ୍କୁ ଆନ୍ଧ୍ରମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଛନ୍ତି । ସେପଟେ ଚନ୍ଦ୍ରବାବୁଙ୍କ ଟାର୍ଗେଟରେ କେଜ୍ରିୱାଲ । ଦିଲ୍ଲୀରେ ଆପ ସରକାର ବିଫଳ ହେବା ସହ ସମସ୍ତ ବିକା ମଡେଲ ଫେଲ ହୋଇଥିବା କହିଛନ୍ତି ଆନ୍ଧ୍ରମୁଖ୍ୟମନ୍ତ୍ରୀ । ଏଥିସହ ବିଜେପି ଓ ମୋଦୀ ସରକାରଙ୍କ ଭୁରି ଭୁରି ପ୍ରଶଂସା କରିବା ସହ ଚନ୍ଦ୍ରବାବୁ କହିଛନ୍ତି, ଯଦି ଦିଲ୍ଲୀରେ ବିଜେପି ସରକାର ଥାନ୍ତା ତେବେ ରାଜଧାନୀ ଦିଲ୍ଲୀ ଆମେରିକା ପରି ବିକାଶ କରିଥାନ୍ତା । ଅନ୍ୟପଟେ ଆପ୍‌ ବିଜେପିକୁ “ଭାରତୀୟ ମିଛୁଆ ପାର୍ଟି” ଏବଂ “ଗାଲି ଗାଲୁଚ୍ ପାର୍ଟି” ବୋଲି କହି ସମ୍ବୋଧନ କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପ୍‌ କୁ “ଆପ୍‌ -ଦା” ଏବଂ ଏହାର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ “ଘୋଷଣା ମନ୍ତ୍ରୀ” ବୋଲି କହିଛନ୍ତି । ସକାଳୁ ସନ୍ଧ୍ୟା ଯାଏଁ ଜନସଭା, ରୋଡ ସୋ, ପଦଯାତ୍ରା, ଜନସଂପର୍କ ଯାତ୍ରାରେ ପ୍ରଚାର ରାଜନୀତି ସରଗରମ ରହିବ । ସେପଟେ ଭୋଟ ପାଇଁ ଦିଲ୍ଲୀରେ ମୋଟ ୧୩ ହଜାର ୭୬୬ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୭୦ଟି ପୋଲିଂ ସେଣ୍ଟର କେବଳ ମହିଳାଙ୍କ ପାଇଁ, ୭୦ଟି ମତଦାନ କେନ୍ଦ୍ର ଦିବ୍ୟାଙ୍ଗଙ୍କ ପାଇଁ ରହିବ । ଏହାଛଡ଼ା ମତଦାନରେ ଯୁବ ଭୋଟରଙ୍କ ସହଭାଗିତା ବଢାଇବା ପାଇଁ ୭୦ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।  ନିର୍ବାଚନ ପ୍ରକ୍ରିୟା ସୁଚାରୁ ରୁପେ ସଂପନ୍ନ କରାଇବା ପାଇଁ ୧ ଲକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ ହେବେ । ସେହିପରି ଆଇନଶୃଙ୍ଖଳା ସମ୍ଭାଳିବାକୁ ନିୟୋଜିତ ହେବେ ୩୫ ହଜାର ଯବାନ, ୧୯ ହଜାର ହୋମଗାର୍ଡ ଓ ୨୨୦ କେନ୍ଦ୍ରୀୟ ସୁରକ୍ଷା ବଳ କମ୍ପାନୀ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking