30.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶବିପଦଜନକ ସ୍ତରରେ ଦିଲ୍ଲୀ ବାୟୁ ପ୍ରଦୂଷଣ; ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ, ଦିଲ୍ଲୀ ସରକାର ଓ ଡିଜିପିଙ୍କୁ କୈଫିୟତ୍...

ବିପଦଜନକ ସ୍ତରରେ ଦିଲ୍ଲୀ ବାୟୁ ପ୍ରଦୂଷଣ; ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ, ଦିଲ୍ଲୀ ସରକାର ଓ ଡିଜିପିଙ୍କୁ କୈଫିୟତ୍ ତଲବ

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଅଧିକ ଖରାପ ହୋଇଯାଇଛି। ସିଧାସଳଖ କହିଲେ ଦିଲ୍ଲୀରେ ଏବେ ଏକ ବିଷାକ୍ତ ବଳୟ ସୃଷ୍ଟି ହୋଇଛି ଏବଂ ଦିଲ୍ଲୀବାସୀ ଏଥିରେ କଏଦ ହୋଇଯାଇଛନ୍ତି। ତେବେ ଜାତୀୟ ରାଜଧାନୀରେ ଏପ୍ରକାର ପ୍ରଦୂଷଣସ୍ତରକୁ ନେଇ ସୁପ୍ରିମକୋର୍ଟ ଭୀଷଣ କ୍ଷୁବ୍ଧ ହେବା ସହ ଦିଲ୍ଲୀ ସରକାର ଓ ପୁଲିସକୁ ତୁରନ୍ତ ଜବାବ ମାଗିଛନ୍ତି। ରିପୋର୍ଟ ଅନୁସାରେ ଏହି ମାମଲା ଉପରେ ଶୁଣାଣି କରିବା ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦିଲ୍ଲୀରେ ବାଣ ଫୁଟାଇବା ବ୍ୟାନ ହୋଇଥିଲେ ହେଁ ଏହାକୁ କ୍ୱଚିତ କାର୍ଯ୍ୟକାରୀ କରାଯାଇଛି। ବାଣ ଫୁଟିବା ଯୋଗୁ ଦିଲ୍ଲୀରେ ବାୟୁର ଗୁଣବତ୍ତା ଭୟଙ୍କର ସ୍ତରକୁ ଚାଲିଯାଇଥିବା ବେଳେ ଏଥିପାଇଁ କେବଳ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବ ହିଁ ଦାୟୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଜଷ୍ଟିସ ଅଭୟ ଓକା ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ପ୍ରସଙ୍ଗରେ ବାଣ ଫୁଟାଯିବା ତଥା ନଡା ପୋଡା ଆଦି ଉପରେ ଲାଗୁକରାଯାଇଥିବା ବ୍ୟାନ୍‌କୁ କାର୍ଯ୍ୟକାରୀ କରିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଥିଲା ଓ ଆସନ୍ତା ବର୍ଷ ବ୍ୟାନ୍ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କ’ଣ ସବୁ ବ୍ୟବସ୍ଥା କରାଯାଉଛି, ସେସମ୍ପର୍କୀତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ଦିଲ୍ଲୀ ସରକାର ଓ ଦିଲ୍ଲୀ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ ସରକାର ଓ ଡିଜିପି ଏହି ସତ୍ୟପାଠ ଦାଖଲ କରିବେ। ସେହିପରି ନଡ଼ା ଜାଳିବା ଘଟଣା ପ୍ରସଙ୍ଗରେ ଅକ୍ଟୋବର ମାସର ଶେଷ ୧୦ ଦିନରେ କେତେ ସଂଖ୍ୟକ ନଡ଼ା ଜାଳିବା ଘଟଣା ଘଟିଛି, ତା’ର ରିପୋର୍ଟ ଦେବାକୁ ପଞ୍ଜାବ ଓ ହରିଆଣା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ସମାନ ସମୟରେ କୌଣସି ଫାର୍ମରେ ଅଗ୍ନିକାଣ୍ଡ ଘଟଣା ଘଟିଛି କି ନାହିଁ ବୋଲି ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।
ଏହି ଅବସରରେ ଆସନ୍ତା ବର୍ଷଠାରୁ କଡ଼ା ନିୟମ ପାଳନ ସୁନିଶ୍ଚିତ କରାଯାଉ ବୋଲି ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠଙ୍କ କହିବାନୁସାରେ ଆସନ୍ତା ବର୍ଷ ଦୀପାବଳିରେ ବାଣ ଫୁଟାଇବା ଉପରେ ଅଦାଲତଙ୍କ ନିର୍ଦ୍ଦେଶ ଯେପରି ଉଲ୍ଲଂଘନ ନ ହୁଏ ସେଥିପାଇଁ କିଛି କରିବାକୁ ପଡ଼ିବ। ବିବାହ ଓ ନିର୍ବାଚନ ଭଳି ଅବସରରେ ବାଣ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ବିଚାର କରାଯିବ। ଏ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ ତାରିଖରେ ହେବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking