22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶବିଜୟାଦଶମୀରେ ଶସ୍ତ୍ର ପୂଜା କଲେ ରାଜନାଥ

ବିଜୟାଦଶମୀରେ ଶସ୍ତ୍ର ପୂଜା କଲେ ରାଜନାଥ

ନୂଆଦିଲ୍ଲୀ: ବିଜୟାଦଶମୀ ଅବସରରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଆଜି ପ୍ରତିରକ୍ଷା ମନ୍ତ୍ରୀ ପଶ୍ଚିମବଙ୍ଗର ଦାର୍ଜିଲିଂରେ ପହଞ୍ଚିଛନ୍ତି। ସେଠାରେ ସେ ସୁକନା କ୍ୟାଣ୍ଟରେ ଯବାନମାନଙ୍କ ସହିତ ମିଶି ଅସ୍ତ୍ରଶସ୍ତ୍ର ପୂଜା କରିଛନ୍ତି। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୁକନା କ୍ୟାଣ୍ଟରେ ଯବାନମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏଥିସହ ସୈନିକମାନଙ୍କ ସହ ସେ ଗ୍ରୁପ୍‌ ଫଟୋ ମଧ୍ୟ ଉଠାଇଛନ୍ତି। ବିଜୟାଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆମେ ସମସ୍ତେ ଜାଣନ୍ତି ଯେ, ‘ଆଜି ହେଉଛି ଅସତ୍ୟ ଉପରେ ସତ୍ୟ ବିଜୟର ପର୍ବ। ଦଶହରା ହେଉଛି ବିଜୟର ପ୍ରତୀକ। ଆଜିର ଦିନରେ ହିଁ ଭଗବାନ ରାମ ଅସୁର ରାବଣକୁ ପରାସ୍ତ କରିଥିଲେ। ଏହା ମାନବତାର ବିଜୟ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking