ନୂଆଦିଲ୍ଲୀ: ପରୀକ୍ଷାର୍ଥୀଙ୍କୁ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମନ୍ତ୍ର । ପରୀକ୍ଷାରେ କେମିତି ହେବେ ସଫଳ, ପରୀକ୍ଷା ସମୟରେ କେମିତି ରହିବେ ଚାପମୁକ୍ତ ଏନେଇ ଟିପ୍ସ ଦେଇଛନ୍ତି ବଲିଉଡ ନାୟିକା । ଏଥିସହ ଦୀପିକା କହିଛନ୍ତି ସୁସ୍ଥ ମେଣ୍ଟାଲ ହେଲଥ ରଖିବା ବେଶ ଜରୁରୀ । ଏହାକୁ ବଜାୟ ରଖିବା ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକମାନଙ୍କ ଦାୟିତ୍ବ । ନିଦ୍ରା, ପ୍ରତିଦିନ ବ୍ୟାୟମ,ଧ୍ୟାନକୁ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଅଭିନେତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ଅଭିଭାବକ ନିଜ ପିଲାଙ୍କ ଦକ୍ଷତାକୁ ଚିହ୍ନନ୍ତୁ । ରୁଚି ଅନୁସାରେ ଆଗକୁ ବଢ଼ିବାକୁ ପ୍ରୋତ୍ସାହନ ଦିଅନ୍ତୁ । ଆହୁରି ଛାତ୍ରଛାତ୍ରୀ ମାନଙ୍କୁ କହିଛନ୍ତି , ଫୋକସ ହେଉଛି ଏକମାତ୍ର ଜିନିଷ ଯାହା ତୁମେ ନିୟନ୍ତ୍ରଣରେ ରଖିପାରିବ । ତୁମେ ସେ ଅନୁସାରେ ପ୍ରସ୍ତୁତି କରିଛ କି ନାହିଁ ତାହା ତୁମେ ନିୟନ୍ତ୍ରଣ କରିପାରିବ । ଚାପ ମୁକ୍ତ ହୁଅ । ପରୀକ୍ଷା ପୂର୍ୱରୁ ରାତିରେ ନିଜ ଅଭିଭାବକମାନଙ୍କ ସହ କଥା ହୁଅ ।
ଯିଏ ତୁମ କଥାକୁ ବିଶ୍ୱାସ କରିବ ସେମାନଙ୍କ ସହ ମନଖୋଲି କଥା ସେୟାର କର । ଏହାରି ଭିତରେ ସେ ନିଜର ସ୍କୁଲ ବେଳର କଥା ପିଲାମାନଙ୍କୁ କହିଛନ୍ତି । ମୁଁ ବହୁତ ଚୁଲବୁଲୀ ଆଉ ଦୁଷ୍ଟ ଥିଲି । ମୁଁ ସବୁବେଳେ ସୋଫା ହେଉ କି ଟେବୁଲ , ଚେୟାର ଯେଉଁଠି ନା ସେଇଠି ଡେଇଁ ଖେଳକୁଦ କରୁଥିଲି । ସେ ଆହୁରି କହିଛନ୍ତି ମୁଁ ମଧ୍ୟ କିଛି ବିଷୟକୁ ନେଇ ଚାପରେ ଥିଲି । ବିଶେଶକରି ଗଣିତ ବିଷୟ ପାଇଁ । ହେଲେ ବି ସଂଘର୍ଶ ଜାରି ରଖିଥିଲେ । ହେଲେ ଦୀପିକା ମୋଦୀଙ୍କ ଲେଖା ହୋଇଥିବା ପୁସ୍ତକକୁ ଅନୁସରଣ କରି ସେ ନିଜର ଭାବ ସାଙ୍ଗସାଥୀଙ୍କୁ କହିଥିଲେ । ମୋଦୀ ଏହା ଲେଖିଛନ୍ତି ଯେ କେବେ ମଧ୍ୟ ବିଷାଦଗସ୍ତ ହେବ ନାହିଁ । ତେଣୁ ଦୀପିକା କହିଛନ୍ତି ତୁମର ଯାହାବି ଭାବ ନିଜର ସାଙ୍ଗସାଥୀ , ପରିବାରର ସଦସ୍ୟ , ଶ୍ରେଣୀ ଶିକ୍ଷକଙ୍କୁ କୁହ । କିନ୍ତୁ ବିଷାଦଗସ୍ତ ହୁଅ ନାହିଁ । ସେ ଆହୁରି କହିଛନ୍ତି ମୁଁ ନିଜକୁ ଭାଗ୍ୟବାନ କୁହେ ଯେ ମୁଁ ଭଲ ଅଭିଭାବକ ପାଇଛି । ଯିଏ କେବେ ବି ମୋତେ ଅଧିକ ମାର୍କ ଆଣିବା ପାଇଁ ଚାପ ପକାଇ ନାହାଁନ୍ତି । ଫେବ୍ରୁଆରୀ ୧୦ରେ ପରିକ୍ଷା ପେ ଚର୍ଚ୍ଚାର ପ୍ରଥମ ଏପିସୋଡ ପ୍ରସାରଣ ହୋଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ପରୀକ୍ଷାର୍ଥୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ।
ଅଭିନେତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ଅଭିଭାବକ ନିଜ ପିଲାଙ୍କ ଦକ୍ଷତାକୁ ଚିହ୍ନନ୍ତୁ । ରୁଚି ଅନୁସାରେ ଆଗକୁ ବଢ଼ିବାକୁ ପ୍ରୋତ୍ସାହନ ଦିଅନ୍ତୁ। ଦୀପିକା କହିଛନ୍ତି, ଛାତ୍ରଛାତ୍ରୀମାନେ ଚାପଗ୍ରସ୍ତ ପରିସ୍ଥିତିରୁ ନିଜକୁ ଦୂରେଇ ରଖନ୍ତୁ। ଚାପଗ୍ରସ୍ତ ଅନୁଭବ କଲେ ଲୁଚାନ୍ତୁ ନାହିଁ। ପିତାମାତାଙ୍କ ସହ କଥା ହୁଅନ୍ତୁ। ପ୍ରତିଦିନ ଧ୍ୟାନ ଓ ବ୍ୟାୟାମ କରନ୍ତୁ। ନିଜ ଦକ୍ଷତା ନିଜେ ଚିହ୍ନନ୍ତୁ ଓ ଜାଣନ୍ତୁ। ପରୀକ୍ଷାରେ ବିଫଳ ହେଲେ ମନଉଣା କରନ୍ତୁ ନାହିଁ, ଉତ୍ସାହିତ ରୁହନ୍ତୁ ଓ ଉତ୍ସାହିତ କରନ୍ତୁ। ଚାପଗ୍ରସ୍ତ ପରିସ୍ଥିତିରୁ ନିଜକୁ ଦୂରେଇ ରଖନ୍ତୁ। ଫେବ୍ରୁଆରୀ ୧୦ରେ ପରିକ୍ଷା ପେ ଚର୍ଚ୍ଚାର ପ୍ରଥମ ଏପିସୋଡ ପ୍ରସାରଣ ହୋଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ପରୀକ୍ଷାର୍ଥୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ।