ରାୟଗଡା: ରାୟଗଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦେଢଶୁରର କୋଦାଳ ଚୋଟରେ ଭାଇବୋହୂଙ୍କ ମୃତ୍ୟୁ ଘଟିଛି । କଲ୍ୟାଣସିଂହପୁର ଥାନା ଡେପାଗୁଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ ହତ୍ୟା ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।










