19.1 C
Bhubaneswar
Thursday, December 11, 2025
Homeଓଡିଶାମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ଘୋଷଣା; ୪ ଜିଲ୍ଲାରେ ହେବ ଫିସିଂ ହବ୍‌

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ଘୋଷଣା; ୪ ଜିଲ୍ଲାରେ ହେବ ଫିସିଂ ହବ୍‌

ଭୁବନେଶ୍ୱର: ଓଡ଼ିଶାର ଚାରି ଜିଲ୍ଲାରେ ହେବ ଫିସିଂ ହବ୍ । ଉକ୍ତ ଜିଲ୍ଲାଗୁଡ଼ିକ ହେଉଛି ନୟାଗଡ଼, ପୁରୀ, ବାଲେଶ୍ୱର ଓ ଗଞ୍ଜାମ । ଏଠାରେ ମତ୍ସ୍ୟ ଉତ୍ପାଦନରୁ ବିକ୍ରି ପର୍ଯ୍ୟନ୍ତ ସମସ୍ତ ସୁବିଧା ଉପଲବ୍ଧ ରହିବ । ବୁଧବାର ଜାତୀୟ ମତ୍ସ୍ୟ ଚାଷୀ ଦିବସ ଅବସରରେ ଏହା ଘୋଷଣା କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଶା ମତ୍ସ୍ୟ ସମ୍ପଦ ଉତ୍ପାଦନରେ ଚତୁର୍ଥ ସ୍ଥାନରେ ଅଛି । ଏହାକୁ ଏକ ନମ୍ବର କରିବାକୁ ମତ୍ସ୍ୟ ଚାଷୀଙ୍କୁ ସବୁ ପ୍ରକାର ବୈଷୟିକ ସହଯୋଗ ଦିଆଯିବ । ପ୍ରତି ପଞ୍ଚାୟତରେ ମତ୍ସ୍ୟଚାଷ ପାଇଁ ଯୁବକମାନଙ୍କୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେବେ । ପ୍ରତି ଜିଲ୍ଲାରେ ରିଟେଲ ଆଉଟଲେଟର ବ୍ୟବସ୍ଥା କରାଯିବ । ଧାମରା ଓ ଚାନ୍ଦିପୁରରେ ବିକ୍ରୟ ବ୍ୟବସ୍ଥା ପାଇଁ ଅପଗ୍ରେଡେସନ କରାଯାଉଛି । ଭଲ ମାଛ ଉତ୍ପାଦନ ସହ ବିକ୍ରୟ କେନ୍ଦ୍ରଗୁଡିକୁ ସୁଦୃଢ଼ କରାଯିବ । ବାଲେଶ୍ୱର ବସ୍ତାରେ ହୋଲସେଲ ମାର୍କେଟ୍ ପାଇଁ ୭୮ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଚାଲିଛି । ଭୁବନେଶ୍ୱରରେ ହୋଲସେଲ ମାର୍କେଟ୍ ପାଇଁ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରାଯାଇଛି । ଏହି କାର୍ଯ୍ୟ ଧାର୍ଯ୍ୟ ସମୟ ଭିତରେ ଶେଷ ହେବ ବୋଲି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking