22.1 C
Bhubaneswar
Friday, February 13, 2026
Homeଓଡିଶାରାଜ୍ୟରେ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନିଷ୍ପତ୍ତି

ରାଜ୍ୟରେ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନିଷ୍ପତ୍ତି

ଭୁବନେଶ୍ବର:  ଓଡିଶାରେ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରୀୟ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ମଞ୍ଜୁରୀ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଶିକ୍ଷା ବ୍ୟବସ୍ଥା ସୁଦୃଢ ହେଉଛି। ଏହି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକ ଦ୍ୱାରା ଓଡିଶାର ଆହୁରି ଅନେକ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ଲାଭ କରି ନିଜ ପ୍ରତିଭାର ବିକାଶ କରିବା ସହିତ ଦେଶର ବିକାଶରେ ଯୋଗଦାନ ରଖିବାର ସାମର୍ଥ୍ୟ ହାସଲ କରିପାରିବେ। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନୂତନ ଶିକ୍ଷା ନୀତି- ୨୦୨୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭାର ବିକାଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ରଖିଛନ୍ତି। ଜାତୀୟ ଶିକ୍ଷା ନୀତି ଆଧାରରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀ ସଫଳତାର ସହ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକ କୁଚିଣ୍ଡା, ତାଳଚେର, ଆଠମଲ୍ଲିକ, କାମାକ୍ଷାନଗର, ଆଇ.ଟି.ବି.ପି. ଖୋର୍ଦ୍ଧା, ଜୟପୁର, ଟିଟିଲାଗଡ ଓ ପାଟଣାଗଡରେ ସ୍ଥାପନ କରାଯିବ।

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking